ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଜରେଇକେଲା ସାନଜମାଲ ଗାଁର ମଧୁ ମାହାତୋ (୫୨)। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ମୃତ ମଧୁର କ୍ଷତବିକ୍ଷତ ଶବ ସରକାରୀ ସ୍କୁଲ ସମ୍ମୁଖ ମୁଖ୍ୟ ରାସ୍ତାରେ ପଡିଥିବାରୁ ପରିବାର ଲୋକ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ଅତିରିକ୍ତ ଏସପି ଓ ବିଶ୍ରା ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ମଧୁ ଗତକାଲି ଘରୁ ବାହାରି ଆସିଥିଲେ, କିନ୍ତୁ ଘରୁକୁ ଫେରି ନ ଥିଲେ। ଆଜି ସକାଳୁ ଗାଁର କିଛି ଲୋକ ରାସ୍ତା କଡ଼ରେ ମଧୁର ଶବ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe