ଚାଷୀଙ୍କ ଅଭିନବ ପ୍ରତିବାଦ: ଏମଡି ଏଣିକି ତିନି ଝିଅଙ୍କ ପାଠପଢ଼ା ବୁଝିବେ କହି ଲ୍ୟାମ୍ପ କାର୍ଯ୍ୟାଳୟରେ ଧାରଣା ଦେଲେ

Advertisment
ଚାଷୀଙ୍କ ଅଭିନବ ପ୍ରତିବାଦ: ଏମଡି ଏଣିକି ତିନି ଝିଅଙ୍କ ପାଠପଢ଼ା ବୁଝିବେ କହି ଲ୍ୟାମ୍ପ କାର୍ଯ୍ୟାଳୟରେ ଧାରଣା ଦେଲେ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡ ସଦର ମହକୁମାରେ ଥିବା ବଣାଇଁ ଲ୍ୟାମ୍ପରେ ଆଜି ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ବଣାଇଁ ନିକଟସ୍ଥ ଉପୁରଡା ଗ୍ରାମର ଚାଷୀ ଅଶୋକ କୁମାର ସାହୁ, ଆଜି ନିଜ ତିନି ଝିଅଙ୍କୁ ଲ୍ୟାମ୍ପ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବସାଇ ପାଠ ପଢ଼ିବା ପାଇଁ କହିଛନ୍ତି। କାରଣ ବୁଝିଲା ବେଳକୁ ଜଣାପଡ଼ିଛି ଯେ ସେ ଏବଂ ତାଙ୍କ ଭାଇର ସମୁଦାୟ ୧୧୦ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଲ୍ୟାମ୍ପ ତରଫରୁ ଆଜି ଟୋକନ ପାଇଛନ୍ତି। କିନ୍ତୁ ଲ୍ୟାମ୍ପ ଧାନ ନ ନେବା କାରଣରୁ ଋଣ ଚାପରେ ଭାରାକ୍ରାନ୍ତ ଥିବା ଓ ଛୁଆଙ୍କୁ ପାଠ ପଢ଼ାଇବାରେ ଅସମର୍ଥତା ଦେଖାଇ ଏଭଳି ଅଭିନବ ପ୍ରତିବାଦ କରିଥିବା କହିଛନ୍ତି।

ଅପରପକ୍ଷରେ ଲ୍ୟାମ୍ପ ଏମ୍ ଡି ହରେନ୍ଦ୍ର କୁମାର ବାରିକ ଏହା ଉପରେ କହିଛନ୍ତି, ସରକାରୀ ବ୍ୟବସ୍ଥା ଅନୁଯାୟୀ ଆମେ ସିରିଏଲ୍ କ୍ରମେ ଧାନ ନେଉଛୁ, ଅଶୋକ ବାବୁଙ୍କର ଆଉ ବାର ହଜାର କ୍ୱିଣ୍ଟାଲ ଧାନ କ୍ରୟ ପରେ ତାଙ୍କର ସିରିଏଲ୍ ଅଛି। ଆମେ ତାଙ୍କର ଧାନ ନେବୁ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟ ବହୁ ଚାଷୀଙ୍କର ଏଭଳି ଅଭିଯୋଗ ଥିବା ନେଇ ସରକାର ଟାର୍ଗେଟ ନ ବଢ଼ାଇଲେ ସମସ୍ୟା ସୃଷ୍ଟି ହେବ ବୋଲି ଚାଷୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe