ରୋଷେଇ ସିଲଣ୍ଡରରୁ ଘରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

Advertisment
ରୋଷେଇ ସିଲଣ୍ଡରରୁ ଘରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

ବୀରମିତ୍ରପୁର: ବୀରମିତ୍ରପୁର ବ୍ରାହ୍ମଣମରା ଵସ୍ତିରରେ ଥିବା ଏକ ଘରେ ଦୋକାନରେ ନିଆଁ ଲାଗିଯାଇଥିଲା। କୁଆଁରମୁଣ୍ଡା ଅଗ୍ନିଶମ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ପ୍ରାୟ ଏଗାରଟା ସମୟରେ ବୀରମିତ୍ରପୁର ବ୍ରାହ୍ମଣମରା ଵସ୍ତିରେ ଭଡାଘରେ ରହୁଥିବା ସୋନିଆ ବାରିକ ତାଙ୍କ ଛୁଆମାନଙ୍କୁ ସ୍କୁଲ ପଠାଇ ଘର ଵନ୍ଦକରି ନିଜେ କାମକରିବା ପାଇଁ ଯାଇଥିଲେ। ସକାଳେ ଏଗାରଟା ବେଳେ ଘରେ ଥିବା ସିଲଣ୍ଡରରେ ଗେସଲିକ ହୋଇ ଘର ଭିତରେ ନିଆଁ ଲାଗିଥିବା ଜାଣି ବସ୍ତି ଲୋକେ ସୋନିଆଙ୍କୁ ଫୋନ ଯୋଗେ ଜଣାଇବା ସହ କୁଆଁରମୁଣ୍ଡା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ସୂଚନା ପାଇ କୁଆଁରମୁଣ୍ଡା ଅଗ୍ନିଶମ କର୍ମଚାରୀ ରବୀନ୍ଦ୍ର ବେହେରା, ଅଲେକ୍ସ ମିଞ୍ଜ, ହିମାଂଶୁ ନାଏକ, ବିକ୍ରମ ଧରୱା, ଆନ୍ଥୋନି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୋନିଆଙ୍କ ରୋଷେଇ ଘର ଛାତ ଓ ଘରେ ଥିବା ଫ୍ରିଜ ଓ ଅନ୍ୟାନ୍ୟ ଆସବାବପତ୍ର ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe