ଲାଠିକଟା ଏସବିଆଇରେ ଅଗ୍ନିକାଣ୍ଡ: ଜଳିଗଲା କମ୍ପ୍ୟୁଟର, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର

Advertisment
0b7a0891-c3b8-4869-8ac5-eadbd9916c91 (1)

ରାଉରକେଲା/ଲାଠିକଟା: ରବିବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ମୁଖ୍ୟବଜାର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବ୍ୟାଙ୍କର ସମସ୍ତ କମ୍ପ୍ୟୁଟର, ଟେବୁଲ, ଚେୟାର, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ  ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଦୁଇଟି ଦମକଳଗାଡ଼ି ପହଞ୍ଚି ପ୍ରାୟ ଦୁଇଘଣ୍ଟା ପରେ ନିଆଁକୁ କାବୁ କରିବାରେ ସକ୍ଷମ ହୋଇଥିଲା। ବ୍ୟାଙ୍କର ଷ୍ଟ୍ରଙ୍ଗରୁମ୍‌ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି।

 ସଟ୍‌ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ରବିବାର ବ୍ୟାଙ୍କ ଛୁଟି ଥିଲା। ରାତି ପ୍ରାୟ ୭ଟାରେ ଲୋକେ ବ୍ୟାଙ୍କ ଭିତରକୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ଲାଠିକଟା ଥାନା ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ଗାଡ଼ି ପହଞ୍ଚିବା ପୂର୍ବରୁ ନିଆଁ ବ୍ୟାଙ୍କର ପ୍ରଥମ ରୁମ୍‌ ଓ ସମ୍ମୁଖ ଭାଗକୁ ବ୍ୟାପି ଯାଇଥିଲା।

ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପୂର୍ବରୁ ବ୍ୟାଙ୍କର ସମ୍ମୁଖ ଓ ଭିତର ରୁମ୍‌ ସହ ସିଲିଂଗୁଡ଼ିକ ଜଳିଯାଇଥିଲା। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ଦୁଇଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିଥିବାରୁ ବଡ଼ଧରଣର ଅଗ୍ନିକାଣ୍ଡକୁ ରୋକାଯାଇପାରିଛି। ବ୍ୟାଙ୍କର କେତେ ସମ୍ପତ୍ତି ନଷ୍ଟ ହୋଇଛି ଆକଳନ କରିବା ପରେ ଜଣାପଡ଼ିବ ବୋଲି ଲାଠିକଟା ଥାନା ପକ୍ଷରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe