ପଡୋଶୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତ ଶିବକୁ ୫ ବର୍ଷ ଜେଲ୍‌

ଘରେ ପଶି ପଡୋଶୀ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲାର ରାୟ ପ୍ରକାଶ ପାଇଛି। ଏସିଜେଏମ୍‌ ବିଷ୍ଣୁଦେବ ଜେନା ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌ ସହ ୨ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନ‌ାଦାୟେ ଅଧିକ ୩ ମାସ ଜେଲ୍‌ ଶୁଣାଇଛନ୍ତି।

Court generic

ରାଉରକେଲା: ଘରେ ପଶି ପଡୋଶୀ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲାର ରାୟ ପ୍ରକାଶ ପାଇଛି। ଏସିଜେଏମ୍‌ ବିଷ୍ଣୁଦେବ ଜେନା ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌ ସହ ୨ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନ‌ାଦାୟେ ଅଧିକ ୩ ମାସ ଜେଲ୍‌ ଶୁଣାଇଛନ୍ତି। ୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ, ୬ ଦସ୍ତାବିଜ୍ ଓ ଦୁଇ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିପ୍ରମାଣ ଆଧାରରେ ବିଚାରପତି ଶ୍ରୀ ଜେନା ଏହି ଦଣ୍ଡିବିଧାନ କରିଛନ୍ତି। ଅଭିଯୁକ୍ତ ହେଲେ ନୂଆଗାଁ ଅଞ୍ଚଳର ଶିବ ପ୍ରଧାନ।

ନୂଆଗାଁ ଅଞ୍ଚଳର ଏକ ବସ୍ତିରେ ଶୁକୁରୁମଣି ପ୍ରଧାନ (୫୦) ପରିବାର ସହ ରହନ୍ତି। ସେହି ବସ୍ତିରେ ଅଭିଯୁକ୍ତ ଶିବ ପ୍ରଧାନ ମଧ୍ୟ ରହନ୍ତି। ଗତ ୨୦୧୬ ଜୁନ୍‌ ୬ ତାରିଖ ରାତିରେ ଶୁକୁରୁମଣି, ବଡ଼ଝିଅ ପ୍ରୀତି ଓ ଅନ୍ୟମାନେ ଘରେ ଥିଲେ। ରାତି ପ୍ରାୟ ୭ଟାରେ ଶିବ ଘରେ ପଶି ଧାରୁଆ ଛୁରିରେ ଶୁକୁରୁମଣିଙ୍କ ବେକକୁ କାଟିଦେଇଥିଲେ।

ଜୀବନ ବଞ୍ଚାଇବାକୁ ଶୁକୁରୁମଣି ଚିତ୍କାର କରିଥିଲେ। ବଡ଼ଝିଅ ପ୍ରୀତି ଦୌଡ଼ି ଆସିବାରୁ ଶିବ ଘଟଣାସ୍ଥଳରୁ ଦୌଡି ପଳାଇଯାଇଥିଲା। ଶୁକୁରୁମଣିକୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଓ ପରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ଝିଅ ପ୍ରୀତି ଏ ସଂକ୍ରାନ୍ତରେ ନୂଆଗାଁ ଫାଣ୍ଡିରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ଶିବକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସରକାରୀ ଓକିଲ ସନ୍ତୋଷ ନାୟକ ଏବଂ ନିରଞ୍ଜନ ମହାତୋ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe