ସୀମାନ୍ତ ଗାଁରେ ବନବିଭାଗର ଚଢ଼ଉ: ୧୪ ଲକ୍ଷର ମୂଲ୍ୟବାନ କାଠ, ଆସବାବପତ୍ର ଜବତ

Advertisment

 କାଠ ମାଫିଆ ଫେରାର

 କାଠ ମାଫିଆ ଫେରାର

ସୀମାନ୍ତ ଗାଁରେ ବନବିଭାଗର ଚଢ଼ଉ: ୧୪ ଲକ୍ଷର ମୂଲ୍ୟବାନ କାଠ, ଆସବାବପତ୍ର ଜବତ

ରାଉରକେଲା: ଆଜି ଭୋର ପ୍ରାୟ ପାଞ୍ଚଟାରେ ବିଶ୍ରା ରେଞ୍ଜ ଅନ୍ତର୍ଗତ ଓଡ଼ିଶା ସୀମାନ୍ତ ଗାଁରେ ବନ ବିଭାଗର ସ୍ୱତନ୍ତ୍ର ଟିମ ଚଢ଼ଉ କରିଛି। ତୁଳସୀକାନି ଝାରବେଡା ମାହାତୋତୋଲାରୁ ବିପୁଳ ପରିମାଣର ମୂଲ୍ୟବାନ କାଠ ସହ ତିଆରି ଆସବାବପତ୍ର ଜବତ କରାଯାଇଛି। ତେବେ ଘଟଣାସ୍ଥଳରୁ କାଠ ମାଫିଆ ଓ ଚୋରା ବ୍ୟବସାୟୀ ଫେରାର ହୋଇଯାଇଛନ୍ତି।

publive-imageଜବତ କାଠର ବଜାର ମୂଲ୍ୟ ୧୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଚଢ଼ଉରେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ନେତୃତ୍ୱ ନେଇଥିଲେ।

ସୂଚନାଯୋଗ୍ୟ, ଗତ କିଛି ମାସ ଧରି ଓଡ଼ିଶା -ଝାରଖଣ୍ଡ ସୀମାନ୍ତ ଗାଁରେ ଚୋରା କାଠ ଚାଲାଣ ଜୋରସୋର ଚାଲିଛି। କାଠ ମାଫିଆମାନେ ସ୍ଥାନୀୟ ଲୋକଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇ ସଂରକ୍ଷିତ ଜଙ୍ଗଲକୁ କାଟି ସଫା କରୁଛନ୍ତି। ସ୍ଥାନୀୟ ରେଞ୍ଜ ପକ୍ଷରୁ ସେମିତି କିଛି କାର୍ଯାନୁଷ୍ଠାନ ନିଆଯାଉ ନ ଥିବାରୁ ମାଫିଆମାନେ ମନଇଛା ଏମିତି ବେଆଇନ କାମ କରିଚାଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe