Tractor Seized: ବେଆଇନ ବାଲି ଚାଲାଣ, ୪ ଟ୍ରାକ୍ଟର ଜବତ

ବ୍ରାହ୍ମଣୀ ନଦୀର ମଲଙ୍ଗା ଘାଟରୁ ବେଆଇନ ବାଲି ଚାଲାଣ କରୁଥିବାବେଳେ ୪ଟି ଟ୍ରାକ୍ଟର ଜବତ ହୋଇଛି। ଭୋର ୪ଟାରେ ଘାଟରୁ ବାଲି ବୋଝେଇ ହୋଇ ବାହାରୁଥିବାବେଳେ ଗାଡ଼ିଗୁଡ଼ିକୁ ବନବିଭାଗ ଜବତ କରିଥିଲା।

Rourkela1

Tractors using for sand smuggling seized.` Photograph: (sambad.in)

ରାଉରକେଲା: ବ୍ରାହ୍ମଣୀ ନଦୀର ମଲଙ୍ଗା ଘାଟରୁ ବେଆଇନ ବାଲି ଚାଲାଣ କରୁଥିବାବେଳେ ୪ଟି ଟ୍ରାକ୍ଟର ଜବତ ହୋଇଛି। ଭୋର ୪ଟାରେ ଘାଟରୁ ବାଲି ବୋଝେଇ ହୋଇ ବାହାରୁଥିବାବେଳେ ଗାଡ଼ିଗୁଡ଼ିକୁ ବନବିଭାଗ ଜବତ କରିଥିଲା। ସୂଚନାନୁଯାୟୀ, ପାନପୋଷ ବନାଞ୍ଚଳ ଅଧୀନ ଲାଠିକଟା ବ୍ଲକ୍‌ର ମଲଙ୍ଗା ଗ୍ରାମରୁ ନିୟମିତ ଗଛ କଟା ଓ ବାଲି ଚୋରା ଚାଲାଣ ନେଇ ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କୁ ସୂଚନା ମିଳିଥିଲା। ‌

ଆହୁରି ପଢ଼ନ୍ତୁ: Dead Body Recovered: ତୁମକେଲା ଘାଟରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ତେବେ ଏହି ଅଞ୍ଚଳରେ ଚଢ଼ଉ କରିବାକୁ ଏସିଏଫ୍‌ ଗଜେନ୍ଦ୍ର ପାଲ ସିଂଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ଗଠନ ହୋଇଥିଲା। ତାଙ୍କ ସହ ପାନପୋଷ ରେଞ୍ଜ ଅଧିକାରୀ ସୁଚିସ୍ମିତା ଦାସ ଓ ବାଙ୍କୀ ରେଞ୍ଜ ଅଧିକାରୀମାନେ ମଧ୍ୟ ଟିମ୍‌ରେ ସାମିଲ ଥିଲେ। ପୂର୍ବ ଯୋଜନା ମୁତାବକ ସକାଳ ପ୍ରାୟ ୪ଟାବେଳେ ମଲଙ୍ଗା ଘାଟରେ ଚଢ଼ଉ କରାଯାଇଥିଲା। ନିକଟସ୍ଥ ଘାଟରୁ ୩ଟି ବାଲି ବୋଝେଇ ଟ୍ରାକ୍ଟର ବାହାରୁଥିବାବେଳେ ଧରାପଡ଼ିଥିଲା। ଆଉ ଏକ ଗାଡ଼ି ବାଲି ବୋଝେଇ ପାଇଁ ଲାଗିଥିବାବେଳେ ତାକୁ ମଧ୍ୟ କାବୁ କରିଥିଲା ଟିମ୍‌। ମୋଟ ୪ଟି ଟ୍ରାକ୍ଟର(ଓଡ଼ି-୧୪କ୍ୟୁ-୫୨୧୫, ଓଡ଼ି-୧୪ଏକ୍ସ-୬୫୫୬, ଓଡ଼ି-୧୪ଏଇ-୭୨୬୭, ଓଡ଼ି-୧୪ଏଏ-୯୨୬୬)କୁ ଜବତ କରି ରାଉରକେଲା ମାଇନିଂ ବିଭାଗକୁ ହସ୍ତାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: IND v AUS ପ୍ରଥମ ଦିନିକିଆ : ଭାରତକୁ ୭ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ, ବର୍ଷା ଯୋଗୁଁ ଲାଗୁ ହେଲା ଡିଏଲ ମେଥଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe