ବର୍ବରତା : ୫୦ ବର୍ଷୀୟାଙ୍କୁ ବାନ୍ଧି ଗଣଦୁଷ୍କର୍ମ

Advertisment
ବର୍ବରତା : ୫୦ ବର୍ଷୀୟାଙ୍କୁ ବାନ୍ଧି ଗଣଦୁଷ୍କର୍ମ

photo by : dnaindia.com

ରାଉରକେଲା/ବଣାଇଁଗଡ଼ : ବଣାଇଁ ଉପଖଣ୍ଡର ଅପହଞ୍ଚ ମାଓପ୍ରବଣ ଗାଁ କୁସୁମଡିହିରେ ଦୁବୃର୍ତ୍ତମାନେ ଜଣେ ୫୦ ବର୍ଷୀୟା ବିବାହିତାଙ୍କୁ ବାନ୍ଧି ଗଣଦୁଷ୍କର୍ମ କରିବା ପରେ ଯୌନାଙ୍ଗକୁ କୌଣସି ଅସ୍ତ୍ରରେ ଆଘାତ କରି ଫେରାର ହୋଇ ଯାଇଛନ୍ତି। ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିର ଏଭଳି ଏକ ଅମାନୁଷିକ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବିଳମ୍ବରେ ଖବର ପାଇଥିବା ଚାନ୍ଦିପୋଷ ଓ ଗୁରୁଣ୍ଡିଆ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାନୁସାରେ, କୁସୁମଡିହି ଗାଁରେ ପାରମ୍ପରିକ ପର୍ବ ନୂଆଁଖାଇ ପାଇଁ ପରିବାରର ସଦସ୍ୟମାନେ ନିଶାସକ୍ତ ଅବସ୍ଥାରେ ଶୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ୨ ଜଣ ଯୁବକ ସଂପୃକ୍ତ ମହିଳାଙ୍କ ଘରେ ପଶି ଥିଲେ। ତାଙ୍କ ମୁହଁରେ କପଡ଼ା ଭର୍ତ୍ତି କରି ବାନ୍ଧି ଦେବା ସହ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ମାରପିଟ କରି ଯୌନାଙ୍ଗରେ ଗଭୀର ଆଘାତ ଦେଇ ଫେରାର ହୋଇଯାଇଥିଲେ। ଅଞ୍ଚଳଟି ମାଓପ୍ରବଣ ଓ ଅପହଞ୍ଚ ଥିବାରୁ ପରିବାର ଲୋକେ ପୀଡ଼ିତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ପାରିନଥିଲେ। ଫଳରେ ମହିଳା ଜଣକ ଗୁରୁତର ଅବସ୍ଥାରେ ଘରେ ସାରା ରାତି ପଡ଼ି ରହିଥିଲେ। ଆଜି ସକାଳୁ ତାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ଡାକ୍ତର ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଯୌନାଙ୍ଗରେ ଭୀଷଣ ଆଘାତ ଲାଗିଥିବା ପୀଡ଼ିତା କଷ୍ଟ ଓ ଭୟରେ କିଛି କହି ପାରୁ ନଥିବା ବେଳେ ଦୁଷ୍କର୍ମକାରୀମାନେ ପରିଚିତ କି ନୁହନ୍ତି ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe