ଭିନ୍ନକ୍ଷମ ଯୁବତୀକୁ ଗଣଦୁଷ୍କର୍ମ:କେନ୍ଦ୍ରିକଳାରେ ଉତ୍ତେଜନା

ଜଣେ ଗିରଫ, ଜଣେ ଫେରାର

ଭିନ୍ନକ୍ଷମ ଯୁବତୀକୁ ଗଣଦୁଷ୍କର୍ମ:କେନ୍ଦ୍ରିକଳାରେ ଉତ୍ତେଜନା

ବଣାଇଁଗଡ଼: ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଆଜି ସକାଳେ ଜଣେ ୨୫ବର୍ଷିଆ ଭିନ୍ନକ୍ଷମ(ମୁକ) ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି। ଗ୍ରାମର ମହେନ୍ଦ୍ର ପାତ୍ରଙ୍କ ଘରେ ଗଣଦୁର୍ଷ୍କମ କରାଯିବା ଘଟଣା ପ୍ରଚାରିତ ହେବାକ୍ଷଣି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାରେ ସମ୍ପୃକ୍ତ ସୋନୁ ସୁତାର ଏବଂ ମହେନ୍ଦ୍ର ପାତ୍ରଙ୍କ ମଧ୍ୟରୁ ମହେନ୍ଦ୍ରକୁ ବଣାଇଁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୋନୁ ସୁତାର ଫେରାର ଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ବଣାଇଁ ଥାନାରେ ଏକ ଗଣଦୁର୍ଷ୍କମ ମାମଲା ୩୧/୨୦୧୮ ରୁଜୁ କରି ଥାନା ଭାରପ୍ରାପ୍ତ ଅଧିକାରୀ ସଂଗ୍ରାମ କେଶରୀ ବିଶ୍ୱାଳ ତଦନ୍ତ ଚଳାଇଥିବାବେଳେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe