ରାଉରକେଲା : ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ଶେଷରେ ପ୍ରେମିକାଙ୍କୁ ପ୍ରତାରିତ କରିଥିବା ମାମଲାରେ ଅଭିଯୁକ୍ତ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ରାକେଶ ଜୋସ୍ ତିର୍କୀ (୨୬) ଜାମିନ୍ ନପାଇ ଆଜି ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରି ବିଫଳ ହୋଇଥିବା ରାକେଶ ଦୀର୍ଘ ୩ ମାସ ଧରି ପୁଲିସ ସହ ଲୁଚକାଳି ଖେଳିବା ପରେ ଆଜି ରାଉରକେଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାକେଶ ପାନପୋଷ ଏସ୍ଡିଜେଏମ୍ ଅମରେଶ କୁମାର ନାୟକଙ୍କ କୋର୍ଟରେ ପ୍ରଥମେ ହାଜର ହୋଇଥିଲେ। ସେଠାରେ ତାଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ସେ ରାଉରକେଲା ଅତିରିକ୍ତ ଦୌରା ଜଜ୍ (ଏଡିଜେ) ଶ୍ରୀନିବାସ ପ୍ରତିହାରୀଙ୍କ କୋର୍ଟରେ ଏସ୍ଡିଜେଏମ୍ଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜାମିନ ପାଇଁ ପ୍ରାର୍ଥନା କରିଥିଲେ। ଏଡ଼ିଜେ ତାଙ୍କ ଆବେଦନକୁ ଖାରଜ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us