ବ୍ୟାଙ୍କ ସମ୍ମୁଖରୁ ବୃଦ୍ଧାଙ୍କଠାରୁ ସୁନା ଲୁଟିନେଲେ ଦୁର୍ବୃତ୍ତ

Advertisment
ସୁନ୍ଦରଗଡ଼ ମେଡିକାଲ କଲେଜ: ଚାକିରି ନାଁରେ ଠକେଇ

twitter.com/spsundargarh

ସୁନ୍ଦରଗଡ଼: ଶନିବାର ଅପରାହ୍ଣରେ ଏସବିଆଇ ସମ୍ମୁଖରେ ୩ ଅଜଣା ବ୍ଯକ୍ତି  ଅତି ଚତୁରତାର ସହ ରଙ୍ଗାଢିପାର ଜଣେ ବୃଦ୍ଧା ସ୍ବର୍ଣ୍ଣଲତା ପଟେଲଙ୍କଠାରୁ ସୁନା ଲୁଟି ନେଇଛନ୍ତି। ପୂର୍ବତନ ଶିଶୁ କଲ୍ଯାଣ କମିଟି ଅଧ୍ଯକ୍ଷା ସ୍ବର୍ଣ୍ଣଲତା ବ୍ଯାଙ୍କ ଫାଟକ ସାମ୍ନାରେ ଠିଆ ହୋଇଥିବାବେଳେ ଜଣକ ପରେ ଜଣେ ୩ ଜଣ ବ୍ଯକ୍ତି ଆସି ତାଙ୍କ ପାଖରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ଯରୁ ଜଣେ ବ୍ଯକ୍ତି ନିଜକୁ ହରିଦ୍ବାରର ବ୍ରାହ୍ମଣ ପଣ୍ଡିତ ପରିଚୟ ଦେଇ ସବୁ ସମସ୍ଯାର ସମାଧାନ କରିଦେବ କହିଥିଲା।

ଏଥିପାଇଁ ସ୍ବର୍ଣ୍ଣଲତା ପିନ୍ଧିଥିବା ସୁନାଚେନ୍, ଲକେଟ୍, ମୁଦି ଖୋଲି ବ୍ଯାଗରେ ରଖିବା ପରେ ପଣ୍ଡିତ ପୂଜାର୍ଚ୍ଚନା କରିବ ବୋଲି କହିବା ପରେ ସେ  ସୁନା ସବୁକୁ ଖୋଲି ବ୍ଯାଗରେ ରଖିଥିଲେ। ଏହି ସମୟରେ ଅନ୍ଯ ଦୁଇ ବ୍ଯକ୍ତି ସୁଯୋଗ ଉଣ୍ଡି ସୁନା ଥିବା ବ୍ଯାଗକୁ ଝାମ୍ପି ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe