ମହଙ୍ଗା ପଡ଼ିଲା କବାଡ଼ିଆକୁ ସ୍କୁଲ ବହି ବିକିବା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

Advertisment
ମହଙ୍ଗା ପଡ଼ିଲା କବାଡ଼ିଆକୁ ସ୍କୁଲ ବହି ବିକିବା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ରାଉରକେଲା: ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି କବାଡିଆକୁ ବହି ବିକିବା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ତଦନ୍ତ ପରେ ବ୍ଲକ ଶିକ୍ଷା ଅଧିକାରୀ କୋଇଡା ବ୍ଲକ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଧ୍ୟାଳୟ ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ସିଂଙ୍କୁ ଚକାରୀରୁ ନିଲମ୍ବିତ କରିଛନ୍ତି । ଗତକାଲି ଛାତ୍ରଛାତ୍ରୀ ପାଇଁ ସରକାରଙ୍କ ତରଫରୁ ମାଗଣାରେ ବହି ଯୋଗାଇ ଦିଆ ଯାଇଥିବା ବେଳେ ସେହି ବହିକୁ ବିଦ୍ୟାଳୟ କତ୍ତୃପକ୍ଷ ବାଣ୍ଟିବା ବଦଳରେ କବାଡି ବାଲାକୁ ବିକ୍ରି କରିବା ବେଳେ ଧରାପଡିଥିଲେ।

ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଆଦିବାସୀ ଅଧୁସିତ କୋଇଡା ବ୍ଲକ ପାଟମୁଣ୍ଡା ପଞ୍ଚାୟତ ସର୍ଗିଗଡ଼ ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ବିଦ୍ୟାଳୟରେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ସିଂ ୧୯-୨୦ , ୨୦-୨୧ , ୨୧-୨୨ ବର୍ଷର ବହି ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ବଦଳରେ କବାଡ଼ି ବାଲାକୁ ବିକିବା ବେଳେ ଅଟୋ ବୋଝେଇ ତିନି ହଜାରରୁ ଉର୍ଦ୍ଧ୍ବ ବହି ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିବା ଅଭିଯୋଗ ହୋଇଛି। ପରେ ବ୍ଲକ୍ ଶିକ୍ଷା ଅଧିକାରୀ ମହମ୍ମଦ ଶକିଲ୍ ରେହମାନ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମନ୍ତବ୍ୟ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe