ଜିଲ୍ଲା ପ୍ରଶାସନ ଜନଶୁଣାଣି: ୯୦ ଶ୍ରମିକଙ୍କୁ ୧ କୋଟି ୨୪ ଲକ୍ଷ ଟଙ୍କାର ସହାୟତା

ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ସମ୍ମିଳନୀ କକ୍ଷରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ  ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଅଧ୍ୟକ୍ଷତା କରିଥିଲେ।

help

ରାଉରକେଲା: ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ସମ୍ମିଳନୀ କକ୍ଷରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ  ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଅଧ୍ୟକ୍ଷତା କରିଥିଲେ। ଜନଶୁଣାଣିରେ ମୋଟ୍‌ ୬୭ ଟି ଅଭିଯୋଗ ଉପସ୍ଥାପିତ ହୋଇଥିଲା। ଏଥିମଧ୍ୟରୁ ୪୮ ଟି ବ୍ୟକ୍ତିଗତ ରହିଥିବା ବେଳେ ୧୯ ଟି ସାମୁହିକ ଅଭିଯୋଗ ରହିଥିଲା। ମୁଖ୍ୟତଃ ରାସ୍ତା ନିର୍ମାଣ, ଭତ୍ତା, ପାନୀୟ ଜଳ ଯୋଗାଣ, ଷ୍ଟ୍ରିଟ୍ ଲାଇଟ୍, ନାଳ, ଜମିଜମା ସମସ୍ୟା, ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା, ବ୍ୟବସାୟ ନିମନ୍ତେ ସହାୟତା ଆଦି ସମସ୍ୟାନେଇ ଲୋକେ ପହଞ୍ଚିଥିଲେ।

ତତ୍କାଳ ୬ ଟି ଅଭିଯୋଗର ସମାଧାନ କରାଯାଇଥିବାବେଳେ ଚିକିତ୍ସାସେବା ପାଇଁ ୮ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇଛି। ଜନଣୁଣାଣି ପୂର୍ବରୁ ଜିଲ୍ଲପାଳ ଶ୍ରୀ ମହାଜନ, ଆର୍‌ଏମ୍‌ସି କମିସନର ଆଶୁତୋଷ କୁଲକର୍ଣ୍ଣି ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକୃତ ୯୦ ଜଣ ନିର୍ମାଣଶ୍ରମିକଙ୍କୁ ‘ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା’ରେ ୧ କୋଟି ୨୪ ଲକ୍ଷ ୮୨ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। ଏଥିମଧ୍ୟରୁ ୫୬ ଜଣଙ୍କୁ ମୃତ୍ୟୁକାଳୀନ ଓ  ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ରାଶି ଦିଆଯାଇଥିବାବେଳେ ୨୦ ଜଣଙ୍କୁ ବିବାହ ସହାୟତା ରାଶି, ୧୧ ଜଣ ମହିଳାଙ୍କୁ ପ୍ରସୂତିକାଳୀନ ସହାୟତା, ୩ ଜଣଙ୍କୁ ଶିକ୍ଷାବୃତ୍ତି ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏତଦ୍‌ବ୍ୟତୀତ ୨୬୫ ଜଣଙ୍କୁ ଶ୍ରମିକ କାର୍ଡ ପ୍ରଦାନ କରାଯାଇଛି। ଦୁଇ ଜଣ ଦମ୍ପତିଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଜନଶୁଣାଣିରେ ରାଉରକେଲା ଏସ୍‌ପି ନିତେଶ ଓ୍ବାଧଓ୍ବାନି, ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଆର୍‌ଏମ୍‌ସି ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପପୌରାୟୁକ୍ତ ଅନୀତା ନାୟକ, ତରୁଣ କାନ୍ତ, ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ, ତହସିଲଦାର ନିବେଦିତା ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ଯଶୋବନ୍ତ ଅମାତ ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe