ଦେବୀଙ୍କ ନିକଟରେ ବଳି ପଡ଼ିଥିବା ଛେଳି ମୁଣ୍ଡ ଭାଗ ବଣ୍ଟାକୁ ନେଇ ହୋମ୍‌ଗାର୍ଡଙ୍କୁ ଫାର୍ସାରେ ହାଣି ହତ୍ୟା

Advertisment
ନୂଆଁପଡ଼ା: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼: ଗ୍ରାମ୍ୟ ଦେବୀଙ୍କ ନିକଟରେ ବଳି ଦିଆଯାଇଥିବା ଛେଳି ମୁଣ୍ଡ ଭାଗବଣ୍ଟାକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ହୋମ୍‌ଗାର୍ଡ଼ଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ତାଳସରା ଥାନାରେ କାର୍ଯ୍ୟରତ ହୋମଗାର୍ଡ ନବୀନ ମହାକୁଳ(୫୯)ଙ୍କୁ ଫାର୍ସାରେ ହାଣି ହତ୍ୟା କରାଯାଇଛି। ଏହି ଘଟଣାରେ ଗାଁର କିଛି ଯୁବକ ସାମିଲ ଥିବା ଜଣାପଡ଼ିଛି।

ନବୀନ ମହାକୁଳ ଆଉ ଏକ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ। ଗାଁର ଜଣେ ଭଲ ଲୋକ ହୋଇଥିବାରୁ ତାଙ୍କୁ ସମସ୍ତେ ଆଦରରେ ଡାକିଥାନ୍ତି। ସେ ସମସ୍ତଙ୍କ ଦୁଃଖ-ସୁଖରେ ଭାଗ ନିଅନ୍ତି। ଏଭଳି ଜଣେ ଲୋକପ୍ରିୟଙ୍କୁ ହତ୍ୟା କରାଯିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ହୋମଗାର୍ଡ ନବୀନଙ୍କ ଗାଁରେ ଆଜି ଗାଁ ଲୋକେ ଅପରାହ୍ନରେ ଶାନ୍ତି, ଶୃଙ୍ଖଳା ଓ ସମୃଦ୍ଧି କାମନା କରି ଗ୍ରାମ୍ୟ ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ଦେବୀଙ୍କ ପୀଠରେ ଛାଗ ବଳି ଦିଆଯାଇଥିଲା। ପରେ ଛାଗ ବଳିର ମୁଣ୍ଡ ଭାଗବଣ୍ଟା ପାଇଁ ଗାଁର ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ କିଛି ଯୁବକ ଉତ୍ତେଜିତ ହୋଇ ଏକ ଫାର୍ସା ସାହାଯ୍ୟରେ ନବୀନଙ୍କୁ ହାଣିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନବୀନଙ୍କ ମୃତ୍ୟୁ ହୋଇଯାଇଥିଲା।

publive-image

ଥାନା ଠାରୁ ଅତି ନିକଟରେ ଏହି ଘଟଣା ଘଟିଥିଲେ ମଧ୍ୟ ପୁଲିସ ଏବାବଦରେ କିଛି ଜାଣିନଥିଲା। ପରେ ସୂଚନା ମିଳିବା ପରେ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ପୁଲିସ ଛାନଭିନ୍‌ ଜାରି ରଖି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe