ଲଗାଣ ବର୍ଷା: ରାଉରକେଲା ଶୀଳତପଡାରେ ଭୁଷୁଡିଲା ୭ ଘର

Advertisment
ଲଗାଣ ବର୍ଷା: ରାଉରକେଲା ଶୀଳତପଡାରେ ଭୁଷୁଡିଲା ୭ ଘର

ରାଉରକେଲା: ଲଘୁଚାପ ଜନିତ ଲଗାଣ ବର୍ଷା ସହରର ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ସହର ତଳି ବସ୍ତିରେ ବସବାସ କରୁଥିବା ଗରିବ ଲୋକଙ୍କ ସ୍ଥିତି ଦୟନୀୟ ହୋଇ ପଡିଛି। ବର୍ଷାରେ ଉଦିତନଗର ଶୀତଳପଡା ବସ୍ତିରେ ୭ ଝୁମ୍ପୁଡି ଘର ଭୁ‌ଷୁଡି ପଡିଛି। ପରିବାର ଲୋକମାନେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଘରର ସମସ୍ତ ଆସବାବପତ୍ର ପାଣିରେ ଭିଜି ନଷ୍ଟ ହୋଇଯାଇଛି। ବସ୍ତିର ଧରମ ନାଗ, ଜାତୀ ବେହେରା, କ୍ରିଷ୍ଣା ପାତ୍ର, ସରସ୍ବତୀ ପରମାଣିକ ସମେତ ୭ ପରିବାର ଘର ଭୁଷୁଡି ପଡିଥିବାରୁ ପରିବାର ସହ ପଡୋଶୀଙ୍କ ଘରେ ମୁଣ୍ଡ ଗେଞ୍ଜିଛନ୍ତି।

ବଜରଙ୍ଗ ସେବା ଦଳର ସୋନୁ ସାହୁ, ପ୍ରକାଶ ରାମଙ୍କ ପ୍ରମୁଖ ଏସଂକ୍ରାନ୍ତରେ ରାଉରକେଲା ଆରଆଇଙ୍କ ଦୃଷ୍ଟିଆକର୍ଷଣ କରି ସହାୟତା ପାଇଁ ନିବେଦନ କରିଛନ୍ତି। ଆସନ୍ତାକାଲି (ଶନିବାର) ସମସ୍ତଙ୍କୁ ସରକାରଙ୍କ ତରଫରୁ ପଲିଥିନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପରିବାର ସମସ୍ତ ସଦସ୍ୟଙ୍କ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଘରଗୁଡିକ ଭୁଷୁଡି ଯିବା ପରେ ବେଘର ‌ହୋଇପଡିଥିବା ଦିନ ମଜୁରିଆ ପରିବାର ପଲିଥିନ ସହ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେମାନେ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe