ପତି-ପତ୍ନୀ କଳହ କାଳ ହେଲା: ପତ୍ନୀଙ୍କ ଚୂନିରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ସ୍ବାମୀ

ଆଉ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

www.jagran.com

ରାଉରକେଲା: ପାରିବାରିକ କଳହରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ହୀରାକୁଦ ବାଲୁପଡ଼ାର ବିକାଶ ଗରଡ଼ିଆ(୨୭)।  ସୂଚନାଅନନୁସାରେ, ବିକାଶ ୨୦୧୮ ବାଲୁଘାଟ ନୂଆ ବସ୍ତିର ନନ୍ଦିନୀ ଗରଡ଼ିଆଙ୍କୁ ବିବାହ କରିଥିଲା। ତେବେ ବିବାହ ପରଠାରୁ ବିଭିନ୍ନ କାରଣରୁ ସ୍ବାମୀ-ସ୍ତ୍ରୀ ମଧ୍ୟରେ କଳହ ଲାଗିରହିଥିଲା।  ପ୍ରାୟ ୩ ମାସ ପୂର୍ବେ ଝଗଡ଼ା କରି ନନ୍ଦିନୀ ବାଲୁଘାଟ ସ୍ଥିତ ବାପା ଘରକୁ ପଲାଇଆସିଥିଲେ। ଏଣୁ କିଛିଦିନ ପରେ ବିକାଶ ମଧ୍ୟ ବାଲୁଘାଟକୁ ଆସି ଏକ ଭଡ଼ା ଘରେ ରହିଥିଲେ। ଗତକାଲି ରାତି ପ୍ରାୟ ୯ଟାରେ ବିକାଶ ପତ୍ନୀଙ୍କ ପାଖକୁ ଯାଇଥିଲେ। ତେବେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ପୁନର୍ବାର ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇଯାଇଥିଲେ ବିକାଶ। ପତ୍ନୀକୁ ଘର ଭିତରେ ତାଲା ଦେଇ ରାତିରେ ପଲାଇଆସିଥିଲେ। ଉତ୍ତ୍ୟକ୍ତ ହୋଇ ଘର ଛାଡ଼ି ଥିବାରୁ ପରିବାର ଲୋକ ପୁଲିସକୁ ଯୋଗାଯୋଗ କରିଥିଲେ। ରାତିସାରା ବିକାଶଙ୍କୁ ଖୋଜାଖୋଜି କରିଥିଲେ। ଆଜି ଭୋର୍‌ ପ୍ରାୟ ୩ଟାରେ ବାଲୁଘାଟ ନୂଆ ବସ୍ତି ନଦୀ କୂଳରେ ଥିବା ଏକ ଗଛରେ ବିକାଶଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ। ପତ୍ନୀଙ୍କ ଚୂନିରେ ବିକାଶ ଫାଶୀ ଲଗାଇ ଦେଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ଏତଦ୍‌ବ୍ୟତୀତ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ କେନାଲ ରୋଡ୍‌ରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଜଣାପଡ଼ିନାହିଁ । ଯୁବକଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ। ବେକରେ ଫାଶୀ ଦେଇ ଝୁଲୁଥିବା ଅବସ୍ଥାରେ ଆଜି ଦିନ ପ୍ରାୟ ୨ଟାରେ ସ୍ଥାନୀୟ ଲୋକ ‌ଦେଖିବାକୁ ପାଇଥିଲେ। ମୃତକଙ୍କ ଆଣ୍ଠୁ ମାଟିରେ ଲାଗୁଥିଲା। ଏଣୁ ଯୁବକଙ୍କ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ସନ୍ଦେହ ପ୍ରକାଶ ପାଇଛି। ମର୍ଗହାଉସ୍‌ରେ ଶବ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe