ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ତାମରା ରେଞ୍ଜ୍ ଗୁରୁଣ୍ଡିଆ ସେକ୍ସନର ଡୁମୁରି ମୁଣ୍ଡା ଜଙ୍ଗଲ ନିକଟରେ ଏକ ମାଈ ହାତୀ ବୁଲୁଥିବାର ବନ କର୍ମଚାରୀ ତାକୁ ଟ୍ରାକ୍ କରି ଦେଖି ଥିଲେ। ପରେ ଜାଣିବାକୁ ପାଇଲେ ଯେ ସେ ଅସୁସ୍ଥ ଅଛି। ପରେ ବଣାଇ ଡ଼ିଏଫ ଓଙ୍କୁ ଏନେଇ ଜଣାଇବା ପରେ ଡ଼ିଏଫ ଓ ରେଞ୍ଜରଙ୍କ ସମେତ ସମସ୍ତ ବନ କର୍ମଚାରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଦେଖିଥିଲେ। ଏହାପରେ ତାର ତୁରନ୍ତ ଚିକତ୍ସା ଆରମ୍ଭ କରିଥିଲେ। ପ୍ରାୟ ତିନି ଚାରିଦିନ ଚିକତ୍ସା ଚାଲିଥିବା ବେଳେ ଆଜି ତାର ମୃତ୍ୟୁ ହୋଇଛି। ତେବେ ଏନେଇ ବନ ବିଭାଗ କିମ୍ବା ତାଙ୍କ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଆଖି ବୁଜିଲା ଅସୁସ୍ଥ ହାତୀ
Advertisment
Follow Us