ରାଜଗାଙ୍ଗପୁର: ଯେଉଁ ବୟସରେ ପିଲାଙ୍କ ପାଟି ଫିଟେନି ସେହି ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ରାଜଗାଙ୍ଗପୁର ମାଷ୍ଟର କଲୋନୀରେ ବସବାସ କରୁଥିବା ଆରାଧ୍ୟା ସା। ଆରାଧ୍ୟାଙ୍କୁ ଏବେ ମାତ୍ର ୧ ବର୍ଷ ୧୧ ମାସ। ସେ ଏବେ ଇଂରାଜୀ ଓ  ହିନ୍ଦୀର ଆଲଫାବେଟ, ଶରୀରର ୧୨ଟି ବିଭିନ୍ନ ଅଙ୍ଗ, ୧ରୁ ୨୦ ପର୍ଯ୍ୟନ୍ତ ଗଣନା ସହ ୧୧ଟି ରଙ୍ଗ ଚିହ୍ନଟ କରିବା ସହିତ, ୧୪୦ ଟି ଇଂରାଜୀ ଓ ହିନ୍ଦୀର ଶବ୍ଦ (ୱାର୍ଡ଼) ନିର୍ଭୁଲ ଭାବରେ କହି ପାରୁଛନ୍ତି । 

Advertisment

ଆହୁରି ପଢନ୍ତୁ-

No Reels in Train Tracks: ଟ୍ରେନ୍ ଟ୍ରାକ୍ ନୁହେଁ ରିଲ୍ସର ପ୍ଲାଟଫର୍ମ… ସେଲ୍‌ଫି କି ଭିଡ଼ିଓ କରୁଥିଲେ ସାବଧାନ ! ଗଣିବାକୁ ପଡ଼ିବ ତଣ୍ଡ, ଯିବାକୁ ବି ପଡିପାରେ ଜେଲ

କମ୍ ବୟସରେ କମାଲ୍

ଏତେ କମ୍ ବୟସରୁ ତାଙ୍କର ଏପରିି ପ୍ରତିଭା ପାଇଁ ତାଙ୍କୁ ଗତ ଅକ୍ଟୋବର ୧୩ ତାରିଖରେ ଇଣ୍ଡିଆ ବୁକ ଅଫ୍ ରେକର୍ଡସ ଏଚିଭର ଟାଇଟଲ ପ୍ରଦାନ କରାଯାଇଛି। ରାଜଗାଙ୍ଗପୁର ବଗିଚା ପଡାର ନିବାସୀ  ଅମର ନାଥ ସା ଏବଂ କବିତା ସିଂ ବର୍ତ୍ତମାନ ମାଷ୍ଟର କଲୋନୀରେ ଏକ ଭଡା ଘରେ ରହୁଥିବା ବେଳେ ଆରାଧ୍ୟା ତାଙ୍କ ପ୍ରଥମ ସନ୍ତାନ। ପିତା ଅମର ବ୍ୟବସାୟୀ ହୋଇଥିବା ବେଳେ ମା କବିତା ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟରତ ଅଛନ୍ତି। ଏତେ କମ ବୟସରେ ଝିଅର ଜାଣିବାର ଜିଜ୍ଞାସା ଏଭଳି ସଫଳତା ଆଣିଦେଇଛି। ଏଥିପାଇଁ ସମସ୍ତ ପରିବାର ବର୍ଗ ବନ୍ଧୁ ଖୁବ ଖୁସି ବୋଲି ଆରାଧ୍ୟାର ପିତାମାତା ଉଲ୍ଲେଖ କରିଛନ୍ତି ।

ndia Book of Records | sundargarh | wonder girls 

ଆହୁରି ପଢନ୍ତୁ-

Online Food Dangerous to Health: ଅନଲାଇନରେ ଖାଦ୍ୟ ଅର୍ଡର କରି ଖାଉଥିଲେ ସାବଧାନ ! ସହଜ ସତ ହେଲେ ଆଣିପାରେ ଶରୀରରେ ସମସ୍ୟା...?