କନ୍ଦରକେଲା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କନ୍ଦରକେଲା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁରର ବିଧାୟକ ଶ୍ରୀଯୁକ୍ତ ରୋହିତ ଯୋସେଫ ତୀର୍କି ମୁଖ୍ୟ ଅତିଥିଭାବେ  ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କୁ କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା ଆଦି ସମ୍ବନ୍ଧରେ ଉପଦେଶ ଦେଇଥିଲେ।

ଅଦ୍ୟତନ ହୋଇଛି
dsfr

ନୂଆଗାଁ: ୨୦୨୫ ଜାନୁଆରି ୨୭ ତାରିଖ ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ନୂଆଗାଁ ବ୍ଲକର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ, କନ୍ଦରକେଲା ପରିସରରେ ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁରର ବିଧାୟକ ଶ୍ରୀଯୁକ୍ତ ରୋହିତ ଯୋସେଫ ତୀର୍କି ମୁଖ୍ୟ ଅତିଥିଭାବେ  ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କୁ କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା ଆଦି ସମ୍ବନ୍ଧରେ ଉପଦେଶ ଦେଇଥିଲେ।

ମୁଖ୍ୟ ବକ୍ତା ଭାବେ ଡକ୍ଟର ହାଲିମ ଶିକ୍ଷାର୍ଥୀମାନଙ୍କୁ ଗଣିତ ଓ ବିଜ୍ଞାନ ଆଦି ବିଷୟରେ ମହତ୍ତ୍ବ ସମ୍ବନ୍ଧରେ ଅବଗତ କରାଇଥିଲେ। ଏହାପରେ ନୂଆଗାଁ ବ୍ଲକର ବିଇଓ ଶ୍ରୀମତି ସସ୍ମିତା ବେହେରା ମହୋଦୟା ଗୁରୁ-ଛାତ୍ର ପରମ୍ପରା ସମ୍ବନ୍ଧୀୟ ଦିଗଦର୍ଶନ ଦେଇଥିଲେ।


 

ଜିଲ୍ଲା-ପରିଷଦ ଶ୍ରୀମତି ଜ୍ୟୋତି ଦୋଲୋରସା ଟେଟେ ମହୋଦୟା ଶିକ୍ଷାର୍ଥୀମାନଙ୍କୁ ସୁନାଗରିକ ହେବାର ହିତୋପଦେଶ ଦେଇଥିଲେ। ନୂଆଗାଁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀମତି ବିଶ୍ବାସୀ ଟପନୋ ମହୋଦୟା ସମୟ ଓ ସଦାଚାର ସମ୍ବନ୍ଧୀୟ ଦିଗଦର୍ଶନ ଦେଇଥିଲେ। ଶ୍ରୀମତି ମେରି ଆନ୍ଥୋନି ବା ଏବଂ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ଗୋଲାପ ଚନ୍ଦ୍ର ପଟେଲ ମହୋଦୟ ଶିକ୍ଷାାାର୍ଥୀର ବିକାଶରେ ଶିକ୍ଷା ଓ ସଂସ୍କୃତିର ଗୁରୁତ୍ବ ସମ୍ବନ୍ଧରେ ଆଲୋକପାତ କରିଥିଲେ।
ଏତଦ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ପାନପୋଷ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁବାସିନି ଟପନୋ ମହୋଦୟା, ହାତିବାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ମମତା ବେହେରା ମହୋଦୟା, ନୂଆଗାଁ ପଞ୍ଚାୟତି ସମିତି ହାଇସ୍କୁଲର ଶିକ୍ଷୟିତ୍ରୀ ଶ୍ରୀମତି ପ୍ରତିମା ମଲ୍ଲିକ ମହୋଦୟା, ପୁରୁଣାପାଣି ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ବନ୍ଦନା ରାଣୀ ପଟେଲ ମହୋଦୟା ପ୍ରଭୃତି ଯୋଗଦାନ କରିଥିଲେ।

ବାର୍ଷିକ କ୍ରୀଡ଼ାରେ କୃତିତ୍ବ ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରାଯିବା ସହ ଶିକ୍ଷାର୍ଥୀମାନଙ୍କର କଳା, ସାହିତ୍ୟକୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ସଞ୍ଜୁଶ୍ରୀ ଭୁୟାଁ ମହୋଦୟା ବିବରଣୀ ପାଠ କରିଥିଲେ ଏବଂ କ୍ରୀଡ଼ା୍ ଶିକ୍ଷକ ବାଜିନାଥ ଏକକା ମହୋଦୟ ଓ ସହ ଶିକ୍ଷକ ରାଜେନ୍ଦ୍ର କୁମାର ବେହେରା ମହୋଦୟ ସଭା ପରିଚାଳନା କରିଥିଲେ।

ଶିକ୍ଷାର୍ଥୀମାନଙ୍କ ଦ୍ବାରା ସଙ୍ଗୀତ, ନୃତ୍ୟ ତଥା ଡ୍ରାମା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରାଯାଇଥିଲା।  ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏଥିରେ ସାମିଲ ହୋଇଥିଲେ। ପରିଶେଷରେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଲମ୍ବୋଦର ପାତ୍ର ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମଟିର ସମାପ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe