ଧୂଳିଧୂଆଁରେ ଆଚ୍ଛାଦିତ କୋଇଡା-କାଲଟା ଜାତୀୟ ରାଜପଥ, ଅଞ୍ଚଳବାସୀ ଅଣନିଶ୍ବାସୀ

Advertisment
ଧୂଳିଧୂଆଁରେ ଆଚ୍ଛାଦିତ କୋଇଡା-କାଲଟା ଜାତୀୟ ରାଜପଥ, ଅଞ୍ଚଳବାସୀ ଅଣନିଶ୍ବାସୀ

ରାଉରକେଲା: କୋଇଡାରୁ କାଲଟା - ତୋଡା- ଜାମୁଡିହି ଦେଇ ଲହୁଣୀପଡା ଯାଇଥିବା ଜାତୀୟ ରାଜପଥ ଗତ ତିନି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ପଡିରହିଛି। ଦୁଇ ବର୍ଷ ପୂର୍ବେ ଆରକେଡି କମ୍ପାନି ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପାଇ ରାସ୍ତା ନିର୍ମାଣ କରୁଛି । ହେଲେ ତୋଡାରୁ ଲହୁଣୀପଡା ଯାଏ ରାସ୍ତାର ଦୁରବସ୍ଥା କହିଲେ ନ ସରେ । ଶୋଚନୀୟ ରାସ୍ତା ଅବସ୍ଥା ସାଙ୍ଗକୁ ମଣିଷ ବୁଡ଼ିଲା ଭଳି ଧୂଳି । ଚାରିଆଡେ ଖାଲି ଲାଲ୍ ଲୁହା ଗୁଣ୍ଡ ଧୂଳିରେ ପରିପୂର୍ଣ୍ଣ । ସାଧାରଣ ମଣିଷଟିଏ ଚାଲିକି ଯିବା ଦୂରର, କଥା ଏଠି ବସ୍ କିମ୍ବା ଚାରିଚକିଆ ବି ଯିବା କଷ୍ଟକର । ଧୂଳି ଯୋଗୁ ରାସ୍ତାର ପାରଦର୍ଶୀ ନ ଥାଏ। ଫଳରେ ଦୈନନ୍ଦିନ ଏଠି ଟ୍ରକ ତଳେ ଚାପି ହୋଇ ଅନେକ ବାଇକ ଆରୋହୀ ମୃତ୍ୟୁବରଣ କରିଥାନ୍ତି।

ବେଳେ ବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକର ମୃତଦେହ ଧୂଳିରେ ପୋତି ହୋଇ ଯାଇଥିବା ହେତୁ ଏହାକୁ ଲୋକ ଚିହ୍ନଟ କରିବା ମୁସ୍କିଲ୍ ହେଇଯାଏ ।ଦୀର୍ଘ ତିନି ଦଶନ୍ଧି ଧରି ଅଞ୍ଚଳବାସୀ ଧୂଳିଧୂଆଁର ନିବାରଣ ପାଇଁ ଗୁହାରୀ କରି ଆସୁଥିଲେ ବି ଏଯାଏ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe