ଗୋଲ୍‌ଡେନ୍‌ ହତ୍ୟାକାରୀଙ୍କୁ ଆଜୀବନ: ୩ ବର୍ଷପରେ ଫେରି ହତ୍ୟାର ଶିକାର ହୋଇଥିଲେ

ବହୁଚର୍ଚ୍ଚିତ ଗୋଲ୍‌ଡେନ୍‌ ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଦୁଇ ହତ୍ୟାକାରୀ ନାଲାରୋଡ୍‌ ଅଞ୍ଚଳର ମହମ୍ମଦ ସାହିଦ ଓ ମହମ୍ମଦ ସାଗିରଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।

verdict
ରାଉରକେଲା: ବହୁଚର୍ଚ୍ଚିତ ଗୋଲ୍‌ଡେନ୍‌ ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଦୁଇ ହତ୍ୟାକାରୀ ନାଲାରୋଡ୍‌ ଅଞ୍ଚଳର ମହମ୍ମଦ ସାହିଦ ଓ ମହମ୍ମଦ ସାଗିରଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଏହାସହ ଦୋଷୀମାନଙ୍କଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଏହି ମାମଲା‌ର ଅନ୍ୟ ୩ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣଙ୍କୁ ଆଧାରକରି ଦ୍ବିତୀୟ ଏଡିଜେ ମନୋଜ କୁମାର ଏହି ରାୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ବିଜୟ କୁମାର ଦାଶ ମାମଲା ପରିଚାଳନା କରିଥିଲେ।
୨୦୧୬ ମସିହାରେ ଘଟିଥିବା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଗୁଳିକରି ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ମୃତକ ମହମ୍ମଦ ଜାହିଦ ଅଖତର ଓରଫ୍‌ ଗୋଲ୍‌ଡେନ(୨୬) ଆମ୍ବାଗାନରେ ଏକ ଦୋକାନ କରିଥିଲେ। ସେ ୨୦୧୩ ଜାନୁଆରି ୨୦ ତାରିଖରେ ‘ଫେସ୍‌ବୁକ୍‌’ରେ ଏକ ବିବାଦୀୟ ପୋଷ୍ଟ୍‌ ଅପ୍‌ଲୋଡ୍‌ କରିଥିଲେ। ଉକ୍ତ ପୋଷ୍ଟ୍‌କୁ ସେତେବେଳେ ହତ୍ୟାକାରୀ ସାହିଦ, ସାଗିର ଓ ଅନ୍ୟକିଛି ଯୁବକ ପ୍ରତିବାଦ କରିଥିଲେ। ଏନେଇ ଅସନ୍ତୋଷ ବଢ଼ିବାରୁ ଗୋଲ୍‌ଡେନ୍‌ କ୍ଷମାପ୍ରାର୍ଥନା ବି କରିଥିଲେ। ଏହାପରେ ମଧ୍ୟ ଗୋଲ୍‌ଡେନଙ୍କୁ ଧମକଚମକ ଦିଆଯାଉଥିଲା।
ଫଳରେ ଜୀବନବିକଳରେ ସେ ଦିଲ୍ଲୀକୁ ପଳାଇଥିଲେ। ଗୋଲ୍‌ଡେନଙ୍କ ବାହାଘର ଠିକ୍‌ ହେବାରୁ ସେ ପ୍ରାୟ ୩ ବର୍ଷପରେ, ଅର୍ଥାତ୍‌ ୨୦୧୬ ଜାନୁଆରି ପହିଲାରେ ରାଉରକେଲାକୁ ଫେରିଥିଲେ। ପରେ ଜାନୁଆରି ୫ ତାରିଖରେ ତାଙ୍କର ବାହାଘର ସମ୍ପନ୍ନ ହୋଇଥିଲା। ସେଦିନଥିଲା ୨୦୧୬ ମସିହା ଜାନୁଆରି ୧୨ ତାରିଖ। ବାହାଘରର ଠିକ୍‌ ୭ ଦିନରେ ଗୋଲ୍‌ଡେନ ଆମ୍ବାଗାନସ୍ଥ ନିଜ ଦୋକାନରୁ ରାତି ପ୍ରାୟ ସାଢ଼େ ୧୦ଟାରେ ଫେରୁଥିବାବେଳେ ଦୁଇ ହତ୍ୟାକାରୀ ତାଙ୍କୁ ଆର୍‌ଏସ୍‌ପି ପ୍ରଶାସନିକ ଭବନ ସମ୍ମୁଖରେ ଅଟକାଇଥିଲେ। ଗୋଲ୍‌ଡେନ କିଛି ଜାଣିବା ପୂର୍ବରୁ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe