ପ୍ରେମ ପ୍ରତାରଣା: ଯୁବକ ଗିରଫ

Advertisment
ପ୍ରେମ ପ୍ରତାରଣା: ଯୁବକ ଗିରଫ

ରାଉରକେଲା: ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରିବା ଅଭିଯୋଗରେ ପ୍ଳାଣ୍ଟସାଇଟ୍ ପୁଲିସ  ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଗୋପବନ୍ଧୁପାଲୀର ଧନଞ୍ଜୟ ସିଂହ (୨୨)। ଧନଞ୍ଜୟ ଗତ କିଛି ମାସ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ପରେ ବିବାହ କରିବାକୁ ମନା କରି ଦେବାରୁ ଯୁବତୀ ଜଣଙ୍କ ଘଟଣା ସମ୍ପର୍କରେ ପଡୋଶୀଙ୍କୁ କହିଥିଲେ। ଘଟଣାର ସମାଧାନ ପାଇଁ ଗତ କିଛି ଦିନ ତଳେ ବସ୍ତିରେ ସଭା କରାଯାଇଥିଲା। ସଭାରେ ଧନଞ୍ଜୟ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଶେଷରେ ଯୁବତୀ ଜଣଙ୍କ ପ୍ଲାଣ୍ଟସାଇଟ୍‌ ଥାନାରେ ଧନ୍ଞ୍ଜୟଙ୍କ ନାଁରେ ଲିଖିତ ଏତଲା ଦେଇଥିଲେ। ଯୁବତୀଙ୍କ ଏତଲା ଆଧାରରେ ପୁଲିସ ଧନଞ୍ଜୟଙ୍କୁ  ତାଙ୍କ ଘରୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe