ରାଉରକେଲାରେ ପାଗଳା କୁକୁରର ଆତଙ୍କ, ଏଯାବତ ୩୦ଜଣ ଆହତ

ରାଉରକେଲାରେ ପାଗଳା କୁକୁରର ଆତଙ୍କ, ଏଯାବତ ୩୦ଜଣ ଆହତ

image source--the telegraph

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗରରେ ଏକ ପାଗଳା କୁକୁରର ଆତଙ୍କ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ମହାନଗରର ଡେଲି ମାର୍କେଟ ଅଞ୍ଚଳରେ ଏକ ପାଗଳା କୁକୁର ଆତଙ୍କ ଖେଳାଇଛି। ଗତକାଲି ସନ୍ଧ୍ୟା ୬ଟାରୁ ଏହି ପାଗଳା କୁକୁର କାମୁଡ଼ାରେ ଏଯାବତ କେତେକ ଶିଶୁଙ୍କ ସମେତ ୩୦ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଗତକାଲି ଏହି ପାଗଳା କୁକୁର ୨୫ ଓ ଆଜି ସକାଳେ ୫ ଜଣଙ୍କୁ କାମୁଡ଼ି କ୍ଷତାକ୍ତ କରିଥିବା ଜଣାଯାଇଛି।

ଏହି ପାଗଳା କୁକୁର ଲୋକମାନଙ୍କର ଗୋଡ଼ ଓ ହାତକୁ କାମୁଡ଼ିଥିବାର ସୂଚନା ମିଳିଛି। ସମସ୍ତ ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିବା ଜଣାଯାଇଛି।ଏହାପରେ ଡେଲି ମାର୍କେଟ ବାଟଦେଇ ଯାତାୟତ କରିବାକୁ ଲୋକେ ଡରୁଛନ୍ତି।

publive-image

ସବୁଠାରୁ ବଡ଼ କଥା ଏହି ଘଟଣାକୁ ପ୍ରାୟ ୧୬ ଘଣ୍ଟା ବିତିଯାଇଥିଲେ ବି ସେଠାରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଉକ୍ତ ପାଗଳା କୁକୁରକୁ କାବୁ କରିବାଲାଗି କୌଣସି ପ୍ରଚେଷ୍ଟା ହୋଇନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe