ବନ୍ଦ କାରଖାନା ଛାତରୁ ଖସି ଯୁଵକ ମୃତ: ଲୁହା ଚୋରି ପାଇଁ ଚଢ଼ିଥିବା ସନ୍ଦେହ

Advertisment
ବନ୍ଦ କାରଖାନା ଛାତରୁ ଖସି ଯୁଵକ ମୃତ: ଲୁହା ଚୋରି ପାଇଁ ଚଢ଼ିଥିବା ସନ୍ଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଜମପାଲିଠାରେ ବନ୍ଦ ପଡ଼ିଥିବା ଓସିଏଲ ଆଇରନ ଓ ଷ୍ଟିଲ କାରଖାନା ଛାତରୁ ଖସି ପଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ରାଜଗାଙ୍ଗପୁର ଅଞ୍ଚଳର ପୋଡ଼ସିଙ୍ଗଗ୍ରାମର ଚାମୁ ଟପ୍ପୋ ବୋଲି ଜଣାଯାଇଛି। କାରଖାନାଟି ୨ ବର୍ଷ ହେଲା ବନ୍ଦ ପଡ଼ିଥିବାବେଳେ ଯୁବକ ଛାତର ଲୁହା ଆଙ୍ଗେଲ ଚୋରି କରିବାକୁ ରାତିରେ ଚଢିଥିବା ବେଳେ ସମ୍ଭବତଃ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ଏବେ ରାଜଗାଙ୍ଗପୁରରେ ଚର୍ଚ୍ଚାର ବିଷୟ ହୋଇଛି।

publive-image

ଅଆଜି ସକାଳେ ମୃତଦେହଟି କାରଖାନାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ରାଜଗାଙ୍ଗପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ୨୦୨୦ରୁ ବନ୍ଦ ପଡ଼ିଥିବା ଏହି କାରଖାନାରୁ ନିୟମିତ ଭାବେ ଲୌହ ସାମଗ୍ରୀ ଚୋରି ହେଉଥିବା ଅଭିଯୋଗ ରହିଛି। ୨ ବର୍ଷ ତଳେ କାରଖାନା ପରିସରରେ ଅନୁରୂପ ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe