ଅନୈତିକ ସମ୍ପର୍କରୁ ପ୍ରାଣଗଲା : ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

Advertisment

ଧରାପଡ଼ିଲା ଆସାମୀ

ଧରାପଡ଼ିଲା ଆସାମୀ

ଅନୈତିକ ସମ୍ପର୍କରୁ ପ୍ରାଣଗଲା : ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

ସୁନ୍ଦରଗଡ଼ : ପତ୍ନୀ ସହିତ ଅନୈତିକ ସମ୍ପର୍କ ରଖିଥିବା ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପତି। ଘଟଣାଟି ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସୁବଳୟା ଗ୍ରାମରେ। ପୁଲିସ ହତ୍ୟାକାରୀ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁବଳୟା ଗ୍ରାମର ଗଣେଶ ନାଏକ (୩୫)ଙ୍କ ପତ୍ନୀଙ୍କ ସହିତ ଧରୁଆଡିହି ଥାନା ଅନ୍ତର୍ଗତ ତେଲିମାଲ୍‌ ଗ୍ରାମର ସୁଶାନ୍ତ ଭୈସାଲଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାକୁ ଗଣେଶ ବିରୋଧ କରିବା ସହ ନ ମିଶିବା ପାଇଁ ଉଭୟଙ୍କୁ ଆକଟ କରି ଆସୁଥିଲେ। ଗତକାଲି ବିଳମ୍ବିତ ରାତିରେ ସୁବଳୟା ଗ୍ରାମର ଯୋଗେନ୍ଦ୍ର ନାଏକଙ୍କ ଅବ୍ୟବହୃତ ଇନ୍ଦିରା ଆବାସ ଘରେ ଉଭୟଙ୍କୁ ଅସଂଜତ ଅବସ୍ଥାରେ ଦେଖି ଗଣେଶ ଉତ୍ତେଜିତ ହୋଇ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟରେ ସୁଶାନ୍ତଙ୍କର ଘଟଣାସ୍ଥଳରେ ହିଁ ମୁତ୍ୟୁ ଘଟିଥିଲା ଏବଂ ତାଙ୍କ ପତ୍ନୀ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଖବରପାଇ ସଦର ପୁଲିସ ସକାଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ହତ୍ୟାକାରୀ ଗଣେଶଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe