କୋଇଡା (ସୁନ୍ଦରଗଡ଼): ମାଙ୍ଗାନିଜ ଚୋରା ଚାଲାଣ ବେଳେ ବନ ବିଭାଗ ଏକ ଟ୍ରକକୁ ଜବତ କରିଛି। ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକ ଅନ୍ତର୍ଗତ ସର୍ଗିଗଡ ପାନପୋଷିଆଠାରେ କୋଇଡା ବନ ବିଭାଗ ଦ୍ୱାରା ଚୋରା ମାଙ୍ଗାନିଜ ଟ୍ରକ ଲୋଡ ହୋଉଥିବା ଟ୍ରକ ଜବତ ହୋଇଛି। ଏହି ଘଟଣା ସହିତ ଜଡ଼ିତ ଚାଳକ ଗିରଫ ହୋଇଛି। ଖେସରା ଫୋରେଷ୍ଟ ଅଧିକାରୀ ଦିନପାଣି ମଣିହିରା ରାତ୍ରି ତଦାରଖ ସମୟରେ ଚୋରା ଚାଲାଣ ଖବର ପାଇ କୋଇଡା ବନଖଣ୍ଡ ଅଧିକାରୀ ବୈଷ୍ଣବ ଚରଣ ପାତ୍ର ଅଧ୍ୟକ୍ଷତାରେ ବାର ଚକିଆ ଟ୍ରକ ଜବତ କରିବା ସହ ଚାଳକ ଅମରନାଥ ରାୟ (୨୯)ଙ୍କୁ ଗିରଫ କରି କରି କୋର୍ଟ ଚାଲାଣ କରିଛନ୍ତି। ଅମରନାଥଙ୍କ ଘର ଝାଡଖଣ୍ଡର ବଡଯାମଦା। ବନ ବିଭାଗର ତୋଫାନ୍ ତ୍ରିପାଠୀ, ଗଣେଶ ପାତ୍ର, କାର୍ତ୍ତିକ ଓରାମ ଙ୍କ ଉପସ୍ଥିତ ବୁଦ୍ଧି ବଳରେ ଏହି ଟ୍ରକ ଜବତ କରିଥିବାରେ ସଫଳ ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us