ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର କରେଇକେଲା ଠାରେ ସିପିଆଇ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ଏହି ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ମାଓବାଦୀମାନେ ଆସନ୍ତା ଜୁଲାଇ ୨୫ ତାରିଖ ଦିନ ଝାଡ଼ଖଣ୍ଡ ଏବଂ ବିହାର ରାଜ୍ୟ ବନ୍ଦ ଡାକରା ଦେଇଛନ୍ତି। ଏହାଛଡ଼ା ପୋଷ୍ଟରରେ ମାଓବାଦୀମାନେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରାଯିବା ସୂଚନା ଦେଇଛନ୍ତି। ନକ୍ସଲ ନେତା କମ୍ରେଡ ଜୟା ହେମ୍ବ୍ରମଙ୍କ ସମେତ ତିନିଜଣ ନକ୍ସଲଙ୍କ ଗିରଫଦାରୀକୁ ମଧ୍ୟ ଏହି ପୋଷ୍ଟରରେ ବିରୋଧ କରାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ସିପିଆଇ ମାଓବାଦୀମାନେ ସରଣ୍ଡା ଜଙ୍ଗଲ ସଂଲଗ୍ନ ମାଓ ପ୍ରଭାବିତ ମହଲି ସାଇ ଏବଂ କରେଇକେଲା ଅଞ୍ଚଳର ରାସ୍ତାକଡ଼ରେ, ବିଭିନ୍ନ କାନ୍ଥରେ ମାଓ ପୋଷ୍ଟର ଲଗାଯାଇଛି। ଉଲ୍ଲେଖନୀୟ ଯେ ପ୍ରତିବର୍ଷ ମାଓବାଦୀମାନେ ଜୁଲାଇ ୨୮ରୁ ୩ ଅଗଷ୍ଟ ଯାଏ ସହିଦ ସପ୍ତାହ ପାଳନ କରିଥାନ୍ତି। ଏହି ସମୟରେ ସେମାନେ ପୁଲିସ୍ ଗୁଳି ଦ୍ୱାରା ହତ୍ୟା ହୋଇଥିବା ନିଜ ସାଥୀମାନଙ୍କୁ ମନେ ପକାଇବା ସହିତ ସେମାନଙ୍କର ମୃତ ସାଥୀଙ୍କର ବାକି ରହି ଯାଇଥିବା ଇଚ୍ଛା ପୂରଣ ପାଇଁ ଯୋଜନା କରିଥାନ୍ତି।
Follow Us