କମ୍ପାନୀ ଦେଖାଇଲା ବଡ଼ପଣ, ହେଲିକପ୍ଟରରେ ପଠାଇଲା ଦାଦନ ଶ୍ରମିକର ମୃତଦେହ

New Project (5)

ବାଲିଶଙ୍କରା: ତଲସରା ଥାନା ଅନ୍ତର୍ଗତ କୁରେଇ ପଞ୍ଚାୟତ କୁରେଇ ଭୀମକୁଟା ଗ୍ରାମର ସୁମିତ କେର୍କେଟା (୨୪) ଗ୍ରାମର ସାଙ୍ଗମାନଙ୍କ ସହ ୧ ମାସ ପୂର୍ବେ କେରଳକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଡ୍ରମ ତିଆରି ହେଉଥିବା ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । କାମ କରିବାକୁ ଯାଉଥିବା ସମୟରେ ରାସ୍ତାରେ ଏକ ଗାଡି ସୁମିତଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ।

ଦୁର୍ଘଟଣାରେ ସୁମିତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ତାପରେ ସାଙ୍ଗସାଥିମାନେ ତାଙ୍କ ମାଲିକଙ୍କୁ ଖବର ଦେଇଥିଲେ ।ସୁମିତଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ କମ୍ପାନୀର ମାଲିକ ହେଲିକେପ୍ଟର ଯୋଗେ ଭୁବନେଶ୍ୱର ପର୍ଯ୍ୟନ୍ତ ସୁମିତଙ୍କ ଶବକୁ ପଠାଇଛନ୍ତି ଏବଂ ପରେ ଆମ୍ବୁଲାନ୍ସ ଯୋଗେ ଘରକୁ ଅଣାଯିବ । ଏହି ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିଛି । ସୁମିତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe