୧୧ ବର୍ଷୀଅ ନାବାଳିକାକୁ ନୃତ୍ୟ ଶିଖାଇବା ଆଳରେ ଗଣଦୁଷ୍କର୍ମ, ୨ ଗିରଫ

Advertisment
୧୧ ବର୍ଷୀଅ ନାବାଳିକାକୁ ନୃତ୍ୟ ଶିଖାଇବା ଆଳରେ ଗଣଦୁଷ୍କର୍ମ, ୨ ଗିରଫ

ଭୁବନେଶ୍ୱର/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଜଣେ ୧୧ ବର୍ଷୀଅ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ନାବାଳିକାକୁ ନୃତ୍ୟ ଶିଖାଇବା ପାଇଁ ୨ଜଣ ଯୁବକ କହିଥିଲେ। ସେମାନେ ନାବାଳିକାର ଅଭିଭାବକଙ୍କୁ ଅନେକ ଆଶ୍ୱସନା ଦେଇ ଗାଁ ଠାରୁ କିଛି ଦୂରରେ ଥିବା ଏକ ସ୍କୁଲକୁ ନେଇ ଯାଇଥିଲେ। ସ୍କୁଲକୁ ପହଞ୍ଚିବା ପୂର୍ବରୁ ବାଟରେ ଦୁଷ୍କର୍ମ କରିଥିଲେ। ପରେ ଘଟଣାକୁ ପ୍ରଘଟ ନକରିବାକୁ ସେମାନେ ନାବାଳିକାକୁ ଚେତାବନୀ ଦେଇଥିଲେ।

ଅନ୍ୟପଟରେ ଝିଅ ବହୁ ସମୟଧରି ଘରକୁ ନ ଆସିବାରୁ, ପରିବାର ଲୋକେ ବ୍ୟସ୍ତ ହୋଇ ପଡୁଥିଲେ। ଶେଷରେ ଝିଅକୁ ମିଳିବା ପରେ ସବୁ ଘଟଣା ସମ୍ପର୍କରେ ଜାଣି ପାରିଥିଲେ। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଗ୍ରାମର ଛୋଟୁ ପ୍ରଧାନ(୨୨) ଓ ଜେଠୁ ପ୍ରଧାନ(୨୩)କୁ ଗିରଫ କରିଛି।

publive-image

ରାଜ୍ୟ ପୁଲିସକୁ ଖାତିର ନକରି ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଭଳି ଘଟଣା ସାମାନ୍ୟ ହୋଇପଡ଼ିଛି। କୋରାପୁଟର କୁନ୍ଦୁଲିରେ ଦୁଷ୍କର୍ମ ପୀଡ଼ିତା ନାବାଳିକା ଆତ୍ମହତ୍ୟା କରିବା ଦିନ କେଇଟା ପରେ ରବିବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ପୁଲିସ ପରମା ଭୋଇ ଓ ମଗସିରା ନାୟକ ନାମରେ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe