ରାଉରକେଲା ଷ୍ଟେସନରୁ ନାବାଳିକା ଉଦ୍ଧାର, ୨ ଅଟକ

Advertisment
ରାଉରକେଲା ଷ୍ଟେସନରୁ ନାବାଳିକା ଉଦ୍ଧାର, ୨ ଅଟକ

ରାଉରକେଲା: ଦୁଇ ଦଲାଲଙ୍କ ଦ୍ବାରା ଦିଲ୍ଲୀ ଚାଲାଣ ହେଉଥିବା ନାବାଳିକାଙ୍କୁ ରାଉରକେଲା ଷ୍ଟେସନରୁ ଉଦ୍ଧାର କରାଯାଇଛି। ଆର୍‌ପିଏଫ୍‌ ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍‌ଡ ଲାଇନକୁ ହସ୍ତାନ୍ତର କରିଛନ୍ତି। ଦୁଇ ଦଲାଲକୁ ଥାନାରେ ଅଟକ ରଖାଯାଇଛି। ଉଦ୍ଧାର ନାବାଳିକାଙ୍କ ଘର ପାଟନା ଅଞ୍ଚଳର ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ଦୁଇ ଦଲାଲ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଧରି ପ୍ଲାଟ୍‌ଫର୍ମରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସୁନ୍ଦରଗଡ଼ ଅଞ୍ଚଳର ଜଣେ ଯାତ୍ରୀଙ୍କର ସନ୍ଦେହ ହେବାରୁ ଦୁଇ ଦଲାଲକୁ ନାବାଳିକାଙ୍କୁ କୁଆଡେ ନେଇ ଯାଉଛ ବୋଲି ପଚାରିଥିଲେ। ଦୁଇ ଦଲାଲ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଯାତ୍ରୀଙ୍କର ସନ୍ଦେହ ହୋଇଥିଲା। ଏ ସମ୍ପର୍କରେ ଆର୍‌ପିଏଫ୍‌କୁ ଜଣାଇଥିଲେ। ଆର୍‌ପିଏଫ୍‌ ପହଞ୍ଚି ଦୁଇ ଦଲାଲ ସହ ନାବାଳିକାଙ୍କୁ ଥାନାକୁ ନେଇଥିଲେ। ପଚରାଉଚରା ବେଳେ ଦୁଇ ଦଲାଲ ନାବାଳିକାଙ୍କୁ ଦିଲ୍ଲୀ ନେଇ ଯାଉଥିବା ସ୍ବୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe