ମୋବାଇଲ ଚୋରି କରୁଥିବା ବେଳେ ଧରି ପକାଇଲେ ଉତ୍ତ୍ୟକ୍ତ ଲୋକ, ନିସ୍ତୁକ ଛେଚିଲେ

ମୋବାଇଲ ଚୋରି କରୁଥିବା ବେଳେ ଧରି ପକାଇଲେ ଉତ୍ତ୍ୟକ୍ତ ଲୋକ, ନିସ୍ତୁକ ଛେଚିଲେ

ସୁନ୍ଦରଗଡ: ମୋବାଇଲ ଚୋରକୁ ନିସ୍ତୁକ ମାଡ଼ । ସୁନ୍ଦରଗଡ ସହରର ଟାଉନଥାନା ବିଏସ ହାଇସ୍କୁଲ ଛକ ନିକଟରେ ମୋବାଇଲ ଚୋରି କରୁଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା ଚୋର । ଚୋରକୁ ଉତ୍ତ୍ୟକ୍ତ ଲୋକେ ଧରି ନିକଟସ୍ଥ ସ୍କୁଲ ପରିସରକୁ ନେଇଥିଲେ, ତା’ ପରେ ଆରମ୍ଭ ହୋଇଥିଲା ମାଡ଼ । ଚାପୁଡ଼ା, ଗୋଇଠା ସହ ବାଡ଼ିରେ ଚୋରି ଉଦ୍ୟମ କରିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଉତ୍ତ୍ୟକ୍ତ ଲୋକେ । ଏହାପରେ ସପୃକ୍ତ ମୋବାଇଲ ଚୋରକୁ ପୁଲିସ ଜିମା ଦିଆଯାଇଥିଲା । ଏହା ପ୍ରଥମ ନୁହେଁ, ପୂର୍ବରୁ ସୁନ୍ଦରଗଡ଼ରେ ଏଭଳି ଚୋରି ଉଦ୍ୟମ ହୋଇଥିବା ସହରବାସୀ କହିଛନ୍ତି। କିନ୍ତୁ ସବୁଥର ଚୋରି କରି ଚୋର ଖସି ପଳାଉଥିବା ବେଳେ ଏଥର ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା ଚୋର।

Stop Thief! How data can help prevent mobile phone theft - Civil Service Quarterly Civil Service Quarterly - GOV.UK blogs

ତେବେ ଧରାପଡିଥିବା ମୋବାଇଲ ଚୋରର ପରିଚୟ ଜଣା ପଡ଼ିନାହିଁ । ସହରବାସୀ କହିଛନ୍ତି ଯେ, ପଡ଼ୋଶୀ ଝାଡ଼ଖଣ୍ଡରୁ କିଛି ଚୋର ଓ ଲୁଟେରା ଆସି ଏପରି ଅପରାଧ କରି ଫେରିଯାଇଥାନ୍ତି । ପୁଲିସରେ ଅଭିଯୋଗ ହେଲା ପରେ ମଧ୍ୟ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଥାଏ ବୋଲି ଅଭିଯୋଗ କରିଛନ୍ତି ସୁନ୍ଦରଗଡ଼ ବାସିନ୍ଦା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe