Representation image of The Indian Express
ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନଥାନାର ଚର୍ଚ୍ଚିତ କିରେଇ ଗାଁ ସାଥୀ ରମେଶ ସିଂହ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୁଲିସ। ମାମଲାରେ ଭବାନୀପୁରର ଶାଶୂ ମାଧଵୀଲତା ସିଂହ ଓ ଜ୍ବାଇଁ ଭଜା ଓରାମଙ୍କୁ ଗିରଫ କରିଛି ପୁଲିସ୍। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ୧୩ ତାରିଖରୁ ରମେଶ ସିଂ ନିଖୋଜ ହୋଇ ଯାଇଥିଲେ।
୧୪ ତାରିଖ ସଂଧ୍ୟାରେ ଵିଜୁ ଏକ୍ସପ୍ରେସ ୱେ ଆମ୍ବିଆନ୍ସ ହୋଟେଲ ପଛପଟ ବିଲରୁ ରମେଶଙ୍କ କଟାହାତ ମିଳିଥିଲା। ରାତିରେ ଗାଁ ପୋଖରୀରୁ ଭାସମାନ ଅବସ୍ଥାରେ ମୁଣ୍ଡ ଓ ହାତ ଗୋଡ଼ ଵିହୀନ ଶରୀର ମିଳିଥିଲା। ୧୫ ତାରିଖ ସକାଳୁ ରମେଶଙ୍କ କଟାମୁଣ୍ଡ, ହାତ, ଗୋଡ଼ ପୋଖରୀରୁ ଉଦ୍ଧାର କରିଥିଲା ପୁଲିସ। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ୍ ଘଟିଥିବା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚା ହେଉଛି।
Follow Us