ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାରେ ଖୁବ ଧୁମଧାମରେ ପାଳିତ ହେଉଛି ସେହି ଅଞ୍ଚଳର ଗଣପର୍ବ ନୂଆଖାଇ । ଏହାକୁ ନବାନ୍ନ ବୋଲି ବି କୁହାଯାଏ। ଏହା ଏକ କୃଷିଭିତ୍ତିକ ଉତ୍ସବ । ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜା ପରଦିନ ପ୍ରତିବର୍ଷ ଏହାକୁ ପାଳନ କରାଯାଇଥାଏ । ଏହି ପର୍ବରେ ଇଷ୍ଟଦେବୀଙ୍କୁ ପ୍ରଥମେ ଅମଳକ୍ଷମ ଧାନକେଣ୍ଡା ଭୋଗ ଚଢାଯାଏ । ପଶ୍ଚିମ ଓଡିଶାରେ ସମସ୍ତଙ୍କ ଘରେ ମଧ୍ୟ ନୂଆଁଖାଇ ପ୍ରସ୍ତୁତି ଜୋରସୋରରେ ଚାଲିଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ହେବ । ଠିକ୍ ସେହିପରି ସୁନ୍ଦରଗଡ଼, ବଲାଙ୍ଗୀର ଏବଂ କଳାହାଣ୍ଡି ସମେତ ପଶ୍ଚିମ ଓଡିଶାର ଅନ୍ୟ ସବୁ ଜିଲ୍ଲାରେରେ ବି ଗଣପର୍ବ ନୂଆଖାଇ ପାଳିତ ହେଉଛି।
/sambad/media/post_attachments/161901c16380124496d3158fef996906f900e35cb9a92c0b833cf796daf772a2.jpg)
ସୁନ୍ଦରଗଡ଼ର ମା’ ସମଲେଇଙ୍କ ନିକଟରେ ୯ଟା ୪୫ରୁ ୧୦ଟା ୩୦ ମଧ୍ୟରେ ନବାନ୍ନ ଲାଗି ହେବ। ଠିକ୍ ସେହିପରି କଳାହାଣ୍ଡିରେ ସକାଳ ୯ଟା ୩୦ ମିନିଟସମୟରେପିତୃ ପୁରୁଷଙ୍କୁ ନବାନ୍ନ ଅର୍ପଣ କରାଯିବ ବୋଲି ଜଣାଯାଇଛି।
Follow Us