ପ୍ରେମ ବ୍ୟାପାରରୁ ବୀଭତ୍ସ ହତ୍ୟା

Advertisment
ମୟୁରଭଞ୍ଜ: ସାନ ଭାଇର କାଠ ଫାଳିଆ ମାଡ଼ରେ ବଡ଼ ଭଉଣୀ ମୃତ

ବଣାଇଁଗଡ଼ : ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଲହୁଣୀପଡା ଥାନା ଅନ୍ତର୍ଗତ ଲଡ଼ାମ ଗ୍ରାମରେ ଶୁକ୍ରବାର ସଂଧ୍ୟାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅନ୍ତର୍ଯ୍ୟାମୀ ସାମନ୍ତ (୫୦) ଓ ତାଙ୍କ ବଡ଼ ଭଉଣୀ ସୁଷମା (୫୫) ଘର ଅଗଣାରେ ନିଆଁରେ ସେକି ହେଉଥିବା ବେଳେ ଭୋଳେଶ୍ୱର ସାହୁ ଉଭୟଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଭୋଳେଶ୍ୱର ସେଠାରୁ ପଳାଇଥିଲା। ଭାଇ-ଭଉଣୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ୋଶୀମାନେ ରାଉରକେଲା ସରକାରୀ ହସ୍ପିଟାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅନ୍ତର୍ଯ୍ୟାମୀଙ୍କ ମୃତ୍ୟୁ ହୋଇଥିଲା। ଭଉଣୀ ସୁଷମାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ (ଆଇଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe