ଭାରତୀୟ କନିଷ୍ଠ ଫୁଟବଲରେ ଓଡ଼ିଶାର ଗର୍ବ: ପ୍ରସଞ୍ଜିତ ବାଡା ଜର୍ମାନ ଯିବେ

ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ୍‌ର ରଜାବସା ଗ୍ରାମର ସୁନା ପୁଅ ପ୍ରସଞ୍ଜିତ ବାଡା ଏବେ ସମସ୍ତଙ୍କ ଗର୍ବର କାରଣ ହୋଇଛନ୍ତି। ସେ ଭାରତୀୟ କନିଷ୍ଠ ଫୁଟବଲ ଦଳରେ  ସ୍ଥାନ ପାଇ ଆସନ୍ତା ଜାତୀୟ କନିଷ୍ଠ ଫୁଟବଲ ଚାମ୍ପିଅନସିପ ପାଇଁ ଜର୍ମାନ ଯାଉଛନ୍ତି।

ଅଦ୍ୟତନ ହୋଇଛି
kutra

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ୍‌ର ରଜାବସା ଗ୍ରାମର ସୁନା ପୁଅ ପ୍ରସଞ୍ଜିତ ବାଡା ଏବେ ସମସ୍ତଙ୍କ ଗର୍ବର କାରଣ ହୋଇଛନ୍ତି। ସେ ଭାରତୀୟ କନିଷ୍ଠ ଫୁଟବଲ ଦଳରେ  ସ୍ଥାନ ପାଇ ଆସନ୍ତା ଜାତୀୟ କନିଷ୍ଠ ଫୁଟବଲ ଚାମ୍ପିଅନସିପ ପାଇଁ ଜର୍ମାନ ଯାଉଛନ୍ତି। ଏହି ଚାମ୍ପିଅନସିପ ଜର୍ମାନର ବୁଣ୍ଡେସଲିଗା ମାଟିରେ ଆଗାମୀ ୩୧ ଅକ୍ଟୋବରରୁ ଆରମ୍ଭ ହେବ। ଓଡ଼ିଶାରୁ ଏହି ପ୍ରତିଯୋଗିତା ପାଇଁ ଏକମାତ୍ର ପ୍ରସଞ୍ଜିତ ବାଡା ମନୋନୀତ ହୋଇଛନ୍ତି ।

ଯାହା ରାଜ୍ୟ ପାଇଁ ଗର୍ବର ବିଷୟ। ତାଙ୍କର ବାପା ସଚିନ୍ଦ୍ର ବାଡା ଓ ମା ଜେମା ବାଡା ଏହି ସଫଳତାରେ ଅତ୍ୟନ୍ତ ଗର୍ବିତ ହୋଇ ପୁଅକୁ ଶୁଭେଚ୍ଛା ଜଣାଇଛନ୍ତି। ପରସଞ୍ଜିତଙ୍କ ଫୁଟବଲ ଯାତ୍ରା ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଯେତେବେଳେ ସେ ରାଉରକେଲାରେ ହୋଇଥିବା ଟ୍ରାଇଲ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲେ। ତାପରେ ପରେ ତାଙ୍କୁ ଭୁବନେଶ୍ଵରର ଆର୍ଡର ଫୁଟବଲ ଏକାଡେମୀରେ ତାଲିମ ପାଇବା ପାଇଁ ଚୟନ କରାଯାଇଥିଲା। ସେଠାରେ ଦୃଢ଼ ପରିଶ୍ରମ ଓ ନିଷ୍ଠା ଦ୍ୱାରା ସେ ଆଜି ଜାତୀୟ ଦଳ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ଫୁଟବଲ ପ୍ରତି ଗଭୀର ରୁଚି ଥିବା ଯୁବସମାଜ ପାଇଁ ପ୍ରସଞ୍ଜିତଙ୍କ ସଫଳତା ଏକ ପ୍ରେରଣା। ଅନେକ ସ୍ଥାନୀୟ ଖେଳାଳି ଓ କ୍ରୀଡ଼ାପ୍ରେମୀ ତାଙ୍କୁ ଜର୍ମାନ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରସଞ୍ଜିତ ଆମ ଗ୍ରାମର ଗର୍ବ। ସେ ଜାତୀୟ ଦଳରେ ମନୋନୀତ ହୋଇଥିବାରୁ ବୁଦ୍ଧିଜୀବୀମାନେ କହିଛନ୍ତି । ପ୍ରସଞ୍ଜିତଙ୍କ ଜର୍ମାନ ଯାତ୍ରା ଓ ଆସନ୍ତା ଚାମ୍ପିଅନସିପ ପାଇଁ ସମସ୍ତ ଓଡ଼ିଶା ତଥା ରଜାବସା ଗ୍ରାମବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe