team odisha Photograph: (sambad.in)
ରାଉରକେଲା: ୬୯ତମ ଜାତୀୟ ସ୍କୁଲ କ୍ରୀଡ଼ା ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଭାଗନେବାକୁ ଓଡ଼ିଶା ଦଳ ଆଜି ହରିୟାଣା ଗସ୍ତ କରିଛି। ଏହି ପ୍ରତିଯୋଗିତା ହରିୟାଣାର ଭୱାନୀଠାରେ ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍କୁଲ ଗେମ୍ସ ଫେଡେରେସନ ଅଫ୍ ଇଣ୍ଡିଆ (ଏସ୍ଜିଏଫ୍ଆଇ) ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା ୧୯ ବର୍ଷରୁ କମ୍ ବାଳକ ଦଳରେ ୨୦ ଓ ବାଳିକା ବର୍ଗରେ ୧୨ ଜଣ ଅଂଶଗ୍ରହଣ କରିବେ।
ଅଧିକ ପଢନ୍ତୁ- Ind Vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍, କେଏଲ୍ ରାହୁଲ ଅଧିନାୟକ, ଫେରିଲେ ଜାଡ଼େଜା
ଉଲ୍ଲେଖଯୋଗ୍ୟ, ବାଳକ ଦଳରେ ଆୟୁଷ୍ମାନ ମହାପାତ୍ର, ଅନୀ ସାଲବମ୍, ପୱନ ଯାଦବ, ଡୋଲାମଣୀ ଚିରଗୁନ, ସୁରେନ୍ଦ୍ର ବାଦ୍ରା, ଶିବ ମୁଣ୍ଡା, ମହେନ୍ଦ୍ର ହାଁସଦା, ଜୀବନ ନାୟକ, ସାଗର ଏକ୍କା, ଶୁକମନ ଭାତ୍ରା, କ୍ରିଷ୍ଣା ଅବିନାଶ, ଅଭିନନ୍ଦନ ସ୍ବାଇଁ, ସୋମନାଥ ସିଂହ, ନୟନ ପ୍ରଧାନ, ଜୀତେନ ବାଗ, ଜୁନେଶ ନନ୍ଦ, ରଞ୍ଜିତ କିଶାନ, ବିନ୍ଦୁ ବଳୟ ପରିଡ଼ା, ଶୁଦ୍ର ନାରାୟଣ ଭୋଇ ଓ ପ୍ରତୀକ ସ୍ଥାନ ପାଇଛନ୍ତି।
ଅଧିକ ପଢନ୍ତୁ- Ind Vs SA: ଦ୍ବିତୀୟ ଦିନରେ ମୁଥୁସାମୀ-ଜନସେନ୍ଙ୍କ ବିସ୍ଫୋରକ ବ୍ୟାଟିଂ, ଏତିକି ରନ୍ ପଛରେ ଭାରତ
ସେହିଭଳି ବାଳିକାରେ ତନୁଜା ବାର୍ଲା, ଗୁରୁପୂଜା ପରିଡ଼ା, ମେହେକ ବେଗମ, ପ୍ରୀତିମୟୀ ଭୁକ୍ତା, ସୁଶ୍ରୀ ସ୍ବାଗତକା ସାମନ୍ତରାୟ, ଲକ୍ଷ୍ମୀପ୍ରୀୟା ନାଥ, ତନ୍ମୟୀ ସିଂହ, ସସ୍ମିତା ବେହେରା, ପାର୍ବତୀ ହାଁସଦା, ରେଖା କୁମାରୀ ସା, ଅମୀଷା ଓରାମ ଓ ଚମ୍ପା ଭାତ୍ରା ଅଛନ୍ତି। କୋଚ୍ ଓ ମ୍ୟାନେଜରଭାବେ କ୍ୟାପଟେନ ସତ୍ୟ ନାରାୟଣ ରାଉତ, ଲଷ୍ମୀଧର ବେହେରା ଓ କିରଣ ଏରିକା ଖାଲଖୋ ଦଳ ସହ ଯାତ୍ରା କରିଛନ୍ତି। ଅନ୍ତର୍ଜାତୀୟ ହକି ବୈଷୟିକ ଅଫିସିଆଲ, ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ପ୍ରଫେସର ହରିହର ଦାଶ, ପୂର୍ବତନ ଜାତୀୟ ହକି ଖେଳାଳି ବେର୍ଥl କେରକେଟା ଉପସ୍ଥିତ ରହି ଦଳକୁ ଦଳକୁ ଶୁଭେଚ୍ଛା ଜଣାଇଥିଲେ।
Follow Us