ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

Advertisment
ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

ରାଉରକେଲା/କୋଇଡ଼ା : ସୁନ୍ଦରଗଡ଼ ଜିଲ୍ଲାର  କୋଇଡ଼ା ରେଞ୍ଜ ଅନ୍ତର୍ଗତ କୁସୁମୁଣ୍ଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ବୃଦ୍ଧଜଣକ ଶୋଇଥବା ବେଳେ ଦନ୍ତା ତାଙ୍କୁ ଦଳି ଦେଇଛି। ଏହି ଘଟଣାକୁ ନେଇ କୁସୁମୁଣ୍ଡି ଗାଁରେ ଶୋକାକୁଳ ପରିବେଶ ପରିଲକ୍ଷିତ ହୋଇଛି।

ମୃତକ ଜଣକ ହେଲେ କରମସିଂ ମୁଣ୍ତା (୭୦)। ଦନ୍ତା ଘର ଭାଙ୍ଗିବା ସହ ଆସବାବପତ୍ର ଦଳି ଚକଟି ନଷ୍ଟ କରିଛି। ଆଜି କୋଇଡ଼ା ପୁଲିସ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ବନଖଣ୍ଡ କିଂଜିରକେଲା ସେକ୍ସନ ରରଟି ଗ୍ରାମରେ ଗତ କିଛି ଦିନ ତଳେ ହାତୀ ଅ।କ୍ରମଣ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ମୁରଲି ଖଡିଅ।। ସେ ସକାଳୁ ଶୌଚ ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଏନେଇ ବନବିଭାଗ ଓ ପୁଲିସ ତଦନ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe