ବଟି ପାଇଁ ଗୁଳି : ଜଣେ ମୃତ, ଜଣେ ଗୁରୁତର / ପିଏଲ୍‌ଏଫ୍‌ଆଇରେ ଗୋଷ୍ଠୀ ସଂଘର୍ଷ

Advertisment
ବଟି ପାଇଁ ଗୁଳି : ଜଣେ ମୃତ, ଜଣେ ଗୁରୁତର / ପିଏଲ୍‌ଏଫ୍‌ଆଇରେ ଗୋଷ୍ଠୀ ସଂଘର୍ଷ

ରାଉରକେଲା/ବୀରମିତ୍ରପୁର : ଗୋରୁ ବେପାରୀଙ୍କ ଠାରୁ ବଟି ଅସୁଲକୁ କେନ୍ଦ୍ର କରି ଆଜି ଭୋର ସାଢେ ୫ଟାରେ ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ସୁନାଜୋର ରାସ୍ତାରେ ଗୁଳି କାଣ୍ଡ ଘଟିଛି। ଏଥିରେ ଝାଡ଼ଖଣ୍ଡ ବାନୋ ଥାନା ଅନ୍ତର୍ଗତ ହୁର୍ଡ଼ା ଗ୍ରାମର ହୀରା ବଡ଼ାଇକ (୩୦) ନିହତ ହୋଇଛି। ଗୁରୁତର ଅବସ୍ଥାରେ ହାତୀବାରି ଥାନା ଭୋଗାଇ ଗାଁର ସମୀର ଲୁଗୁନ (୨୬) ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ (ଆଇଜିଏଚ୍‌)ରେ ମୃତ୍ୟୁ ସହ ସଂଗ୍ରାମରତ। ତା’ ଛାତିରୁ ଏ ପଯ୍ରନ୍ତ ଗୁଳି ବାହାରି ନଥିବା ଖବର ମିଳିଛି।

ନିଷିଦ୍ଧ ଘୋଷିତ ପିପୁଲ୍‌ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫଆଇ)ର ଦୁଇ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ଘଟିଥିବା ପୁଲିସ୍‌ ପ୍ରାଥମିକ ଅନୁସନ୍ଧାନକୁ ଆଧାର କରି ସୂଚନା ଦେଇଛନ୍ତି। ଓଡ଼ିଶାର ରାଏବଗା ଓ ଝାଡ଼ଖଣ୍ଡର ଠେଟେଟାଙ୍ଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଝାଡ଼ଖଣ୍ଡ ପୁଲିସ ଏକ ସ୍କର୍ପିଓ ଗାଡ଼ିକୁ ଜବତ କରିବା ସହ ଗୁଳିବିଦ୍ଧ ହୀରା ଓ ସମୀରଙ୍କୁ ପ୍ରଥମେ ସିମ୍‌ଡ଼େଗା ଜିଲ୍ଲା ହସ୍ପିଟାଲକୁ ପଠାଇଥିଲା। ସେଠାରୁ ଉଭୟଙ୍କୁ ଆଇଜିଏଚ୍‌ ସ୍ଥାନାନ୍ତର କରାଯିବା ବେଳେ ରାସ୍ତାରେ ହୀରାର ପ୍ରାଣବାୟୁ ଉଡ଼ିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe