ସଡ଼କ ଦୁର୍ଘଟଣାରେ ଯୁବକ ମୃତ

Advertisment
ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼କୁ ବାଇକରେ ଆସୁଥିବା ଜଣେ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ନ ୧ଟା ୩୦ରେ ଯୁବକ ଜଣକ ବାଇକରେ ଆସୁଥିଲେ। ରସରାଜପୁର ନିକଟରେ ସେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇଁ ସଦର ଥାନା ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରିଛି। ପୁଲିସ ପୋଷ୍ଟମର୍ଟମ ପାଇଁ ମୃତ ଦେହକୁ ହସ୍ପିଟାଲ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କର ପରିଚୟ ମିଳି ନାହିଁ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe