ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀପଡ଼ାରେ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗୁଳିମାଡ଼ରେ ଅଭିଷେକ୍ (୨୪) ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତା’ର ଡାହାଣ ହାତରେ ଗୁଳି ବାଜିଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟାରେ ସେ ସାଙ୍ଗମାନଙ୍କ ସହିତ ବସି କଥାବାର୍ତ୍ତା ହେଉଥିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ର କାରଣ ଜଣାପଡି ନଥିବା ବେଳେ ଟାଉନ୍ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ସୁନ୍ଦରଗଡ଼ରେ ଗୁଳିମାଡ଼, ଜଣେ ଆହତ
Advertisment
Follow Us