କୋଇଡା/ବଣାଇଗଡ଼: ପୁଣି କୋଇଡା ଅଞ୍ଚଳରେ ସାମ୍ନାକୁ ଆସିଲା ଅଫିମ ଚାଷ । କେବଲାଙ୍ଗ ଥାନା ନୂଆ ତନ୍ତରା ଗାଁରେ ଦୀର୍ଘ ୪ ମାସ ହେଲା ଚାଲିଥିଲା ବେଆଇନ ଅଫିମ ଚାଷ । ଯାହାକୁ ଆଜି ନଷ୍ଟ କରିଛି କେବଲାଙ୍ଗ ପୁଲିସ୍ ଓ ଅବକାରୀ ବିଭାଗ। ଏକ ଏକରରୁ ଊର୍ଦ୍ଧ୍ଵ କ୍ଷେତରେ ଦେଢ଼ କୋଟିରୁ ଅଧିକ ଟଙ୍କାରେ ବେଆଇନ ଅଫିମ ଚାଷ ହେଉଥିବା ବେଳେ ତାହାକୁ ଆଜି ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି।

Advertisment

ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି

ଘଟଣା ସ୍ଥଳରେ କୋଇଡା ତହସିଲଦାର ନିର୍ମଳ ବିଶ୍ୱାଳ, କେ ବଲାଙ୍ଗ ଥାନା ଅଧିକାରୀ ଅଶୋକ କୁମାର ବେହେରା, ଓ କୋଇଡା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ସମେତ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ହେମନ୍ତ ମହାନନ୍ଦିଆ, ପୁଷ୍ପଲତା ଗୋସ୍ଵାମୀ ଉପସ୍ଥିତ ରହିଥିଲେ। ଘଟଣାରେ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ଗୋଟିଏ ମାସ ମଧ୍ୟରେ କେବଳ କୋଇଡା ଅଞ୍ଚଳର ତିନୋଟି ସ୍ଥାନରେ ବେଆଇନ ଅଫିମ ଚାଷକୁ ନଷ୍ଟ କରାଯାଇଛି। 

Accident Death ଦୋଳ ମେଲଣ ଦେଖି ଫେରୁଥିଲେ: ଚାଲିଗଲା ଯୁବକଙ୍କ ଜୀବନ, ୪ ଗୁରୁତର

ବଣାଇଁ ଉପଖଣ୍ଡରେ ଥିବା ଘଞ୍ଚ ଜଙ୍ଗଲରେ ପୂର୍ବରୁ ଗଞ୍ଜେଇ ଚାଷ ହେଉଥ‌ିବା ବେଳେ ଏବେ ଅଫିମ ଚାଷ ଅବକାରୀ ବିଭାଗର ମୁଣ୍ଡବ୍ୟଥାର କାରଣ ସାଜିଛି । କିଛି ଦିନ ପୂର୍ବରୁ କୋଇଡା ଅଞ୍ଚଳରେ ଅଫିମ ଚାଷ ଠାବ କରି ନଷ୍ଟ କରା ଯାଇଥିବା ବେଳେ ଏବେ ମଧ୍ୟକୋଇଡା ବ୍ଲକ ଅନ୍ତର୍ଗତ କେ ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳଡ଼ିହି ଅଞ୍ଚଳରେ ଅଫିମ ଚାଷ ହୋଇଥିବା ଖବର ଏବେ ଚର୍ଚ୍ଚାର
ବିଷୟ ପାଲଟିଛି । ସୋମବାର ସକାଳେ କେ ବଲାଙ୍ଗ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରି ତାଳଡିହି ଅଞ୍ଚଳରେ ଅବୈଧ ଭାବେ ୫୦ ଡିସିମିଲ ଜମିରେ ଚାଷ କରାଯାଇଥିବା ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଅଫିମ ଗଛକୁ କୋଇଡା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଛି, ଯାହା  ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।