ରାଉରକେଲା: ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସେକ୍ଟର-୫ସ୍ଥିତ ଭାଇଜାକ୍ ହଷ୍ଟେଲ୍ର ରୁମ୍ ନଂ-୩୩ରୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ର ଜଣେ ପାଥୋଲୋଜି ଛାତ୍ରୀଙ୍କ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ଆସାମର ସୁନୟେନା ଡାକେରାଜା (୨୬)। ସେ ରୁମ୍ ଭିତରୁ ପୁଲିସ ଛାତ୍ରୀଙ୍କ ସୁସାଇଡାଲ୍ ନୋଟ୍ ଜବତ କରିଛି। ଛାତ୍ରୀ ଜଣକ କୁଆଡେ ରାଉରକେଲାର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ! ପରିବାର ଲୋକ ଏ ସମ୍ପର୍କରେ ଜାଣିବା ପରେ ଜାନୁଆରୀ ୧୮ରେ ତାଙ୍କର ବିବାହ ଗାଁରେ ଅନ୍ୟତ୍ର ଠିକ୍ କରିଥିଲେ। ୧୮ ତାରିଖ ପୂର୍ବରୁ ଘରେ ପହଞ୍ଚିବାକୁ ଫୋନ୍କରି କହିଥିଲେ। ହେଲେ ପରିବାରର ଏହି ନିଷ୍ପତ୍ତିକୁ ଛାତ୍ରୀ ସୁନନେୟନା ଗ୍ରହଣ କରି ନ ଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ସେପଟେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆଇଜିଏଚ୍କୁ ପଠାଇ ତଦନ୍ତ ଚଳାଇଛି। ଆସାମର ସୁନୟେନା ଡାକେରାଜା ଆଇଜିଏଚ୍ରେ ପାଥୋଲୋଜି ପିଜିର ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ। ସେକ୍ଟର-୫ସ୍ଥିତ ଟ୍ରେନିଜ୍ ହଷ୍ଟେଲର ଭାଇଜାକ୍ ରୁମ୍ରେ ସହପାଠୀଙ୍କ ସହ ରହୁଥିଲେ। ସହପାଠୀଙ୍କ କହିବାନୁଯାୟୀ, ପ୍ରତିଦିନ ପରି ଗତକାଲି ରାତିରେ ସୁନୟେନା ସେମାନଙ୍କ ସହ ରାତ୍ରୀ ଭୋଜନ କରିଥିଲେ। ଦେହ ଅସୁସ୍ଥ ଥିବାଥିବାରୁ ଆସନ୍ତାକାଲି ଆଇଜିଏଚ୍କୁ ପାଠ ପଢ଼ିବାକୁ ଯିବେନାହିଁ ବୋଲି କହି ନିଜ ରୁମ୍କୁ ଶୋଇବାକୁ ଚାଲିଯାଇଥିଲେ। ଏଥିପାଇଁ ସକାଳ ପ୍ରାୟ ୯ଟାରେ ଅନ୍ୟ ସହପାଠୀମାନେ ତାଙ୍କୁ କ୍ଲାସ ଯିବାକୁ ନ ଡାକି ଆଇଜିଏଚ୍ ଚାଲି ଯାଇଥିଲେ। କ୍ଲାସ ସାରି ଅପରାହ୍ନ ପ୍ରାୟ ୩ଟାରେ ରୁମ୍ ଫେରିଥିଲେ। ସୁନୟେନାଙ୍କ ରୁମ୍ ବନ୍ଦ ଥିବାରୁ କବାଟ ବାଡାଇଥିଲେ ଡାକିଥିଲେ। କିନ୍ତୁ ରୁମ୍ କୌଣସି ଉତ୍ତର ମିଳି ନ ଥିଲା। ସନ୍ଦେହ ହେବାରୁ ସେମାନେ ହଷ୍ଟେଲର ଇନ୍ଚାର୍ଜଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଛାତ୍ରୀଙ୍କ ଠାରୁ ଖବର ପାଇ ହଷ୍ଟେଲ ଇନ୍ଚାର୍ଜ ସେକ୍ଟର-୭ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ରୁମ୍ ଭିତରୁ ସୁନୟେନାଙ୍କ ଝୁଲନ୍ତା ଶବ ଉଦ୍ଧାର କରିଥିଲା।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us