୨୦ରେ ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ, ଆବଶ୍ୟକ ସାମଗ୍ରୀ ଓ ଇଭିଏମ ଧରି ମତଦାନ କେନ୍ଦ୍ର ଅଭିମୁଖେ ବାହାରିଲେ ପୋଲିଂ ଟିମ୍

୨୦ରେ ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ, ଆବଶ୍ୟକ ସାମଗ୍ରୀ ଓ ଇଭିଏମ ଧରି ମତଦାନ କେନ୍ଦ୍ର ଅଭିମୁଖେ ବାହାରିଲେ ପୋଲିଂ ଟିମ୍

ରାଉରକେଲା: ଆସନ୍ତା ୨୦ ତାରିଖରେ ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ସୁନ୍ଦରଗଡ଼ ଜିଲ୍ଲାର ସାତ ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ମତଦାନ ହେବାକୁ ଯାଉଛି। ଆଜି ରାଉରକେଲା, ବୀରମିତ୍ରପୁର, ରଘୁନାଥପାଲି, ବଣାଇ, ରାଜଗାଙ୍ଗପୁର, ତଳସାରା ଓ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ହୋଇଥିବା ମତଦାନ କେନ୍ଦ୍ରକୁ ବାହାରିଛନ୍ତି ପୋଲିଂ ଟିମ୍। ମତଦାନ ପାଇଁ ଆବଶ୍ୟକ ସାମଗ୍ରୀ ଓ ଇଭିଏମ ଧରି ମତଦାନ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି।

publive-image

ଏଣେ ଚଳିତ ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମରେ ସାମିଲ ହୋଇଛନ୍ତି ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀ ଏବଂ ଆରଏମସି ସଫେଇ କର୍ମଚାରୀମାନେ। ସେମାନେ ଆସନ୍ତା ମେ୨୦ରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe