ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରାଥମିକ ସ୍କୁଲ

ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରାଥମିକ ସ୍କୁଲ

ରାଉରକେଲା : ଦୀର୍ଘ ୧୮ ମାସ ପରେ ଆଜି ଖୋଲିଛି ପ୍ରାଥମିକ ସ୍କୁଲ। ସକାଳ ନଅଟା ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜି ସ୍କୁଲଗୁଡ଼ିକ ଖୋଲିଥିଲା।  ପିଲାମାନେ ଉତ୍ସାହର ସହ ସ୍କୁଲକୁ ପ୍ରବେଶ କରିଥିଲେ। ପିଲାମାନଙ୍କୁ ଆଜି ଓ କାଲି ଦୁଇଦିନ ପାଠପଢ଼ା ଯିବନି। କେବଳ ଆଲୋଚନା, ତର୍କ ପ୍ରତିଯୋଗିତା ସହ କୋଭିଡ ସମୟରେ କେମିତି ବିତାଇଲେ ତା ଉପରେ ଆଲୋଚନା କରାଯାଇଛି।

୧୮ ମାସ ପରେ ସ୍କୁଲରେ ଅଫଲାଇନ କ୍ଲାସ ଆରମ୍ଭ ହୋଇଥିବାରୁ ପିଲାମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା। ରାଉରକେଲା ସହରର ଅଧିକାଂଶ ସ୍କୁଲରେ ପିଲାମାନଙ୍କୁ ନିଆରା ଢଙ୍ଗରେ ପାଛୋଟି ନିଆଯାଇଥିଲା।  ସରକାରଙ୍କ ନିର୍ଦେଶ ଅନୁଯାୟୀ ପ୍ରତେକ ସ୍କୁଲରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe