ମରଣଯନ୍ତା ପାଲଟିଛି ବୀରମିତ୍ରପୁର ଜାତୀୟ ରାଜପଥ ନଂ ୧୪୩ !

Advertisment
ମରଣଯନ୍ତା ପାଲଟିଛି ବୀରମିତ୍ରପୁର ଜାତୀୟ ରାଜପଥ ନଂ ୧୪୩ !

ବୀରମିତ୍ରପୁର: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ବୀରମିତ୍ରପୁର ସହରବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ପଡୋଶୀ ଝାରଖଣ୍ଡରୁ ରାଉରକେଲାକୁ ଜାତୀୟ ରାଜପଥ ନମ୍ବର ୧୪୩ ଯାଇଛି। ବୀରମିତ୍ରପୁର ନିକଟସ୍ଥ ତଳସେରା ପର୍ଯ୍ୟନ୍ତ ଏହି ରାସ୍ତାଟି ଚାରିଥାକିଆ ହୋଇଥିବା ବେଳେ ତଳସେରାଠାରୁ ବୀରମିତ୍ରପୁର ସହର ଦେଇ ଝାରଖଣ୍ଡ ସୀମାନ୍ତ ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତାଟିକୁ ଛାଡି ଦିଆଯାଇଛି! ଏହିରାସ୍ତା ଅବସ୍ଥା ଶୋଚନୀୟ ରହିଛି! ବୀରମିତ୍ରପୁର ସହର ବାହାରୁ ବାଇପାସ ଦେଇ ଜାତୀୟ ରାଜପଥ ଯିବ ବୋଲି ବିଭାଗ ପକ୍ଷରୁ ଏହିରାସ୍ତାର ମରାମତି ଗତ ଏଗାର ମାସ ଆଗରୁ କରାଯାଇଥିଲା।

ଏହାର ମରାମତି କରିବା ପାଇଁ ବିଭାଗ ପକ୍ଷରୁ ପ୍ରାୟ ଦଶକୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଓ ଯନ୍ତ୍ରୀ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ପୁରୁଣା ରାସ୍ତାଟିକୁ ମରାମତି କରିବା ପରେ ଟଙ୍କା ବଳିଯିବାରୁ ବିଭାଗ ପକ୍ଷରୁ ଜାତୀୟ ରାଜପଥ ରାସ୍ତା ଦୁଇ ପାର୍ଶରେ ଡ୍ରେନ ନିର୍ମାଣ କରିବା ଯୋଗୁ ଏହି ରାସ୍ତାଟି ସଙ୍କୀର୍ଣ୍ଣ ଯାଇଛି।ଏବେ ଏହି ରାସ୍ତାରେ ଦୁଇଟି ଗାଡ଼ିଏକାସାଙ୍ଗରେ ଯିବାଆସିବା ବହୁ କଷ୍ଟରେ ହେଉଥିବା ଦେଖାଯାଇଛି।

ଆଗରୁ ରାସ୍ତାରୁ ପ୍ରାୟ ପାଞ୍ଚ ଫୁଟ ଦୂରରେ ଡ୍ରେନ ରହିଥିଲେବି ବିଭାଗୀୟ ଯନ୍ତ୍ରୀ ଏବେ ରାସ୍ତାଙ୍କୁ ଲଗେଇ ନୂତନ ଡ୍ରେନ କରିଥିବାରୁ ଏଭଳି ସମସ୍ୟା ଦେଖାଯାଉଛି। ଅନେକ ସ୍ଥାନରେ ଡ୍ରେନକୁ ଅଧାକରି ଛାଡିଦିଆ ଯାଇଛି। ସେହିଭଳି ଅନେକ ଜାଗାରେ ଡ୍ରେନ ସଫା ହେଉନଥିବାରୁ ଡ୍ରେନଜାମ ହୋଇ ଦୁର୍ଗନ୍ଧ ବାହାରୁଛି। ସେହିଭଳି ବିଭାଗୀୟ ଯନ୍ତ୍ରୀଙ୍କ ଅପାରଗତା ଯୋଗୁ ବର୍ଷାପାଣି ଡ୍ରେନରେ ଯିବା ପରିବର୍ତ୍ତେ ରାସ୍ତା ଉପରୁ ଯାଉଥିବା ଦେଖାଯାଉଛି। ନିର୍ମାଣର ବର୍ଷେ ନପୂରୁଣୁ ଡ୍ରେନ ଉପରେ ଥିବା ସ୍ଲାପ ବହୁ ଜାଗାରେ ଭାଙ୍ଗି ଗଲାଣି। ବିଭାଗୀୟ ଅଧିକାରୀଙ୍କ କୌଣସି ନିଘା ନ ଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ରାଜନେତାମାନେ ମଧ୍ୟ ସ୍ଥାଣୁ ପାଲଟି ଯାଇଛନ୍ତି ! ପ୍ରତିଦିନ ଦିନ ଏହି ରାସ୍ତା ଦେଇ ହଜାର ହଜାର ମାଲବୋଝେଇ ଭାରୀଯାନ ଯିବାଆସିବା କରୁଥିବା ବେଳେ ସହର ଭିତରେ ଥାନା, ସ୍କୁଲ, ବ୍ୟାଙ୍କ ରହିଥିବାରୁ ଦିନ ତମାମ ଲୋକଙ୍କ ଗହଳି ଲାଗିରହିଥାଏ। ବିଭିନ୍ନ କାମରେ ଆସୁଥିବା ଲୋକେ ରାସ୍ତା କଡ଼ରେ ବାଇକ ସାଇକେଲ ରଖୁଥିବାରୁ ଏଠାରେ ସବୁବେଳେ ଟ୍ରାଫିକ ସମସ୍ୟା ଦେଖାଯାଉଛି। ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।

ସହରରେ ଆସୁଥିବା ଯାତ୍ରୀବାହି ବସ ଅଟୋ ରାସ୍ତା ଉପରେ ଗାଡ଼ି ଛିଡାକରି ଯାତ୍ରୀ ଉଠାଉଥିବା ଯୋଗୁ ଅନେକ ସମୟରେ ଏଠାରେ ଟ୍ରାଫିକ ସମସ୍ୟା ଉପୁଜୁଥିବାରୁ ରାସ୍ତାରେ ଆମ୍ବୁଲାନ୍ସ ଓ ମୋଟର ସାଇକେଲ ଯିବାଆସିବା ପାଇଁ ସୃଷ୍ଟି ହେଉଛି ସମସ୍ୟା। ଏନଏଚଆଇ ଉଚ୍ଚ କର୍ତ୍ତୃପକ୍ଷ ଏହି କାର୍ଯ୍ୟରେ ହୋଇଥିବା ଅନିୟମିତତାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବୀରମିତ୍ରପୁର ସହର ବାହାରଦେଇ ବାଇପାସ ରାସ୍ତା ନିର୍ମାଣ କରାଯିବା ପାଇଁ ସହରବାସୀଙ୍କ ମଧ୍ୟ୍ୟରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe