ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫକୁ ସୁନ୍ଦରଗଡ଼ ବିଜେପିର ପ୍ରତିବାଦ

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫକୁ ସୁନ୍ଦରଗଡ଼ ବିଜେପିର ପ୍ରତିବାଦ

ସୁନ୍ଦରଗଡ଼: ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ବିଡିଓଙ୍କୁ ମାଡ଼ମରା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫକୁ ବିରୋଧ କରି ଆଜି ସୁନ୍ଦରଗଡ଼ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ବିଡିଓଙ୍କୁ ଗିରଫ ଓ ବିଧାୟକଙ୍କ ଉପରୁ ମାମଲା ପ୍ରତ୍ୟାହାର ଦାବିରେ ସୁନ୍ଦରଗଡ଼ ପୌର ଅଧକ୍ଷା ତନୟା ମିଶ୍ରଙ୍କ ନେତୃତ୍ବରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର ଦିଆଯାଇଥିଲା।

publive-image

ଜଣେ ନିର୍ବାଚିତ ଜନ ପ୍ରତିନିଧି ତଥା ବିଧାୟକ ସରକାରୀ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବ ହେତୁ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ଯେଭଳି ଅଗଣତାନ୍ତ୍ରିକ ଭାବେ ବିଧାୟକଙ୍କୁ ଗିରଫ କରାଗଲା ତାହା ଦୁର୍ଭାଗ୍ୟଜନକ ବୋଲି ବିଜେପି ପ୍ରକାଶ କରିଛି। ଏହିକ୍ରମରେ ସୁନ୍ଦରଗଡ଼ ବିଜେପିର ଶତାଧିକ କର୍ମକର୍ତ୍ତା ଓ କର୍ମୀ ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ରରୁ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରି ବିଜେଡି ସରକାରଙ୍କ ମେରୀ ରାୟ ନୀତି ଉପରେ ବର୍ଷିଥିଲେ। ବିକ୍ଷୋଭରେ ଜିଲ୍ଲା ସମ୍ପାଦକ ଯଶୋବନ୍ତ ନାଏକ, ସାଂସଦ ପ୍ରତିନିଧି ବଟ କିଶୋର ମିଶ୍ର, ସଦର ପଞ୍ଚାୟତ ସମିତି ଅଧକ୍ଷ ସୁବ୍ରତ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ପଟେଲ, ମୀନା ନାୟକ, ବିଶ୍ୱଜିତ ତନ୍ତୀ, ଯୁବ ବିଜେପି ସଭାପତି ଅମୀୟ ପଟ୍ଟନାୟକ, ସୁରେନ୍ଦ୍ର ସ୍ବର୍ଣ୍ଣକାର, ଅଂଶୁଲ ପଟେଲଙ୍କ ସମେତ ବିଜେପି କାଉନସିଲରମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe