Advertisment

କପାଟମୁଣ୍ଡା- ଡୁମେର୍ତ୍ତା ରେଳଲାଇନ୍‌କୁ ବିରୋଧ

Advertisment
କପାଟମୁଣ୍ଡା- ଡୁମେର୍ତ୍ତା ରେଳଲାଇନ୍‌କୁ ବିରୋଧ

ରାଉରକେଲା: କପାଟମୁଣ୍ଡାରୁ ଡୁମେର୍ତ୍ତା ପର୍ଯ୍ୟନ୍ତ ଚାଲିଥିବା ରେଳଲାଇନ କାର୍ଯ୍ୟକୁ ଝାଡ଼ଖଣ୍ଡ ଯୁବ ମୋର୍ଚ୍ଚା ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଉପଯୁକ୍ତ କ୍ଷତିପୂରଣ ଦିଆଗଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ମୁକ୍ତିମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଗତକାଲି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ କୁକୁଡ଼ା ମଙ୍ଗର ବଜାରରେ ବୈଠକ ବସିଥିଲା। କପାଟମୁଣ୍ଡା-ଡୁମେର୍ତ୍ତା ମଧ୍ୟରେ ଚାଲୁଥିବା ଦ୍ବିତୀୟ ରେଳଲାଇନ୍‌ କାର୍ଯ୍ୟ ବେଆଇନ ବୋଲି ଝାଡ଼ଖଣ୍ଡ ଯୁବମୋର୍ଚ୍ଚା ସଂଯୋଜକ ସୁକରାମ ଓରାମ କହିଛନ୍ତି।

ସେ କହିଛନ୍ତି, ଦ୍ବିତୀୟ ରେଳଲାଇନ କାମ ଚାଲୁଥିବା ଜାଗା ହେଉଛି ସ୍ଥାନୀୟ ଆଦିବାସୀ ପରିବାରର। ବର୍ତ୍ତମାନ ପର୍ଯ୍ୟନ୍ତ ରେଳ ପ୍ରଶାସନ ପକ୍ଷରୁ ଜଣେ ହେଲେ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ କିମ୍ବା ନିଯୁକ୍ତି ମିଳିନି। କପାଟମୁଣ୍ଡାର ପୂର୍ବତନ ସରପଞ୍ଚ ଦେବା କେର୍କେଟା କହିଛନ୍ତି ରେଳବାଇ ବେଆଇନ ଭାବେ ଆଦିବାସୀଙ୍କର ପ୍ରାୟ ହଜାର ଏକର ପଟ୍ଟା ଜମିକୁ ଅକ୍ତିଆର କରିଛନ୍ତି। ୧୯୭୧ରୁ ପ୍ରଶାସନ ଦ୍ବାରା ୬୫୧ ଏକର ଜମି ମୂଳ ପଟ୍ଟାଧାରୀଙ୍କୁ ଦିଆଯାଇ ନାହିଁ। ୨୦୦୬ରୁ ଆର୍‌ଆର୍‌ପି ସର୍କୁଲାର ଅନୁଯାୟୀ ବିସ୍ଥାପିତମାନଙ୍କୁ ଗ୍ରୁପ ଡିରେ ନିଯୁକ୍ତି ଦେବାକୁ ନିୟମ ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜଣେ ହେଲେ କ୍ଷତିଗ୍ରସ୍ତ ଆଦିବାସୀଙ୍କୁ ଚାକିରି ଖଣ୍ଡିଏ ମିଳିନାହିଁ। ବୈଠକରେ ଯୁବନେତା ଜଗନ୍ନାଥ ଓରାମ, ପାଉଲୁସ ଖେସ୍‌, ଶଙ୍କର ତିର୍କୀ, ଅଜିତ କିସ୍‌ପଟ୍ଟା, ବିଶ୍ବନାଥ ନାୟକ, ଦୀପକ ଗୁପ୍ତା ପମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe