ପଞ୍ଜାବ ପାର୍ସଲ ବୋମା ବିସ୍ଫୋରଣ ମାମଲା : ରାଉରକେଲାରୁ ଅଭିଯୁକ୍ତ ଗିରଫ

Advertisment

ସମ୍ପର୍କୀୟ ଭାଇକୁ ମାରିବା ପାଇଁ ପଠାଇଥିଲା ପାର୍ସଲ

ସମ୍ପର୍କୀୟ ଭାଇକୁ ମାରିବା ପାଇଁ ପଠାଇଥିଲା ପାର୍ସଲ

ପଞ୍ଜାବ ପାର୍ସଲ ବୋମା ବିସ୍ଫୋରଣ ମାମଲା : ରାଉରକେଲାରୁ ଅଭିଯୁକ୍ତ ଗିରଫ

ରାଉରକେଲା : ପଞ୍ଜାବ ରାଜ୍ୟର ମୋଗାରେ ଗତ ୨୯ ଦିନ ସଂଘଟିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଉରକେଲାରୁ ଗିରଫ ହୋଇଛି। ରାଉରକେଲା ବାସନ୍ତୀ କଲୋନି ନିବାସୀ ରାଜ୍‌ ରାଜିଆନ୍‌ (୪୧) ପଞ୍ଜାବ ମୋଗାର ରହୁଥିବା ସମ୍ପର୍କୀୟ ଭାଇକୁ ମାରିବା ପାଇଁ ଗତ ସେପ୍ଟେମ୍ବର ମାସରେ ଏକ ପାର୍ସଲ ବୋମା କୋରିଅରରେ ପଠାଇଥିଲେ। ସେ ‌ବୋମାକୁ ରାଉରକେଲାରୁ ନ ପଠାଇ ମୋଗାର ଏକ କୋରିଅର ଅଫିସରୁ ପଠାଇ ଇସ୍ପାତ ସହର ଚାଲି ଆସିଥିଲେ। ପାର୍ସଲଟି ଗତ ୨୦ ତାରିଖ ସୁଦ୍ଧା ମୋଗାରେ ପହଞ୍ଚିଥିଲା। କୋରିୟର କର୍ମଚାରୀ ଡେଲିଭରି ଦେବାକୁ ପାର୍ସଲରେ ଲେଖାଯାଇଥିବା ଠିକଣାରେ ପହଞ୍ଚିଥିଲେ। ମାତ୍ର ସେହି ଠିକଣାରେ କେହି ରହୁ ନଥିବାରୁ କୋରିୟର କର୍ମଚାରୀ ଜଣକ ଅଫିସକୁ ଫେରି ଆସିଥିଲେ। ପରେ ପାର୍ସଲରେ ଦିଆଯାଇଥିବା ମୋବାଇଲ ନମ୍ବରରେ ଫୋନ କରିଥିଲେ। କିନ୍ତୁ କେହି ଫୋନ୍‌ ଉଠାଇ ନଥିଲେ। ଶେଷରେ ପାର୍ସଲଟିକୁ ଅଫିସରେ ରଖିଥିଲେ। ୪/୫ ଦିନ ରଖିବା ପରେ କେହିି ନ ଆସିବାରୁ ଗତ ୨୬ ତାରିଖରେ କୋରିୟର କର୍ମଚାରୀ ପାର୍ସଲଟିକୁ ଖୋଲିଥିଲେ। ପାର୍ସଲଟିକୁ ଖୋଲିବା ମାତ୍ରେ ବିସ୍ଫୋରଣ ହେବାରୁ ସେ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ କୋରିୟର କତ୍ତୃର୍ପକ୍ଷ ମୋଗା ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ପାର୍ସଲ ବୁକି˚ ହୋଇଥିବା ଅଫିସ୍‌ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। ବୁକି˚ ଅଫିସରୁ ମିଳିଥିବା ମୋବାଇଲ ନମ୍ବରକୁ ପୁଲିସ ଟ୍ରାକି˚ କରିଥିଲା। ଟ୍ରାକି˚ରୁ ଅଭିଯୁକ୍ତ ରାଉରକେଲାରେ ରହୁଥିବା ଜାଣିବା ପରେ ମୋଗା ପୁଲିସ ପ୍ଲାଣ୍ଟସାଇଟ୍‌ ପୁଲିସକୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲା। ତଥ୍ୟ ଆଧାରରେ ପ୍ଲାଣ୍ଟସାଇଟ୍‌ ପୁଲିସ ଗତକାଲି ରାତିରେ ଅଭିଯୁକ୍ତ ରାଜ୍‌କୁ ଟ୍ରାଫିକ୍‌ ମାର୍କେଟରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଆଜି ଉଦିତନଗର କୋର୍ଟରେ ତାଙ୍କୁ ହାଜର କରିବା ପରେ ପଞ୍ଜାବର ୪ଜଣିଆ ପୁଲିସ ଟିମ୍‌ ତାଙ୍କୁ ରିମାଣ୍ଡରେ ପଞ୍ଜାବ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe