ରଘୁନାଥପାଲୀରେ ସୁବ୍ରତଙ୍କ ରୋଡ ସୋ’: ୧୬ରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

Advertisment
ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଭବନରେ ସମୀକ୍ଷା ବୈଠକ ଆଜି

ରାଉରକେଲା,: ସୁନ୍ଦରଗଡ଼ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ଜମୁଛି ପ୍ରଚାର। ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡିର ବିଧାୟକ ଓ ଲୋକସଭା ପ୍ରାର୍ଥୀ ସମର୍ଥକଙ୍କ ସହ ପ୍ରଚାରକୁ ଜୋରଦାର କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ୫ ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର, ରାଉରକେଲା ରୋଡ ସୋ’ କରିଥିଲେ। ରଘୁନାଥପାଲୀ ବିଜେଡି ପ୍ରାର୍ଥୀ ସୁବ୍ରତ ତରାଇ ମଧ୍ୟ ରୋଡ ସୋ’ରେ ବାହାରିଥିଲେ। ହେଲେ ସମୟର ସ୍ବଳ୍ପତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ରୋଡ ସୋ’କୁ କାଣ୍ଟଛାଣ୍ଟ କରି ଭୁବନେଶ୍ବର ଫେରି ଯାଇଥିଲେ। ପରେ ବିଧାୟକ ପ୍ରାର୍ଥୀ ସୁବ୍ରତ ଓ ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥିନୀ

ସୁନିତା ବିଶ୍ବାଳ ସିନେ ଓଡ଼ିଆ ସିନେ ଅଭିନେତା ସମ୍ବିତ ଆଚାର୍ଯ୍ୟ ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ସହ ଫର୍ଟିଲାଇଜର ଇଲାକାରେ ରୋଡ ସୋ’ କରିଥିଲେ। ରଙ୍ଗିଲା ଛକରୁ ବାହାରିଥିବା ରୋଡ ସୋ’ ମେନରୋଡ ଦେଇ ଲକ୍ଷ୍ମୀ ମାର୍କେଟ, ଫର୍ଟିଲାଇଜର ଛକ, ଆଇଡିଏଲ ଛକ, ଲୋକନାଥ ମାର୍କେଟ, ଅଟୋ କଲୋନୀ, ଲାଲ ଟାଙ୍କି, ତାରାପୁର ଓ ମଡର୍ଣ୍ଣ ଇଣ୍ଡିଆର ଗଳି କନ୍ଦି ବୁଲି ଭୋଟରଙ୍କ ସମର୍ଥନ ଭିକ୍ଷା କରିଥିଲେ। ପ୍ରତି ଛକରେ ଶହ ଶହ ଭୋଟର ତାଙ୍କୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା।

ଖବର ମିଳିଛି ଯେ ଗତକାଲି ରଘୁନାଥପାଲୀ ରୋଡ ସୋ’ର ଅଧାରୁ ଫେରି ଯାଇଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପୁଣି ଆସନ୍ତା ୧୬ରେ ରଘୁନାଥପାଲୀ ପ୍ରଚାରରେ ଆସୁଛନ୍ତି। ସେହିଦିନ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଫର୍ଟିଲାଇଜର ଆଇଡିଏଲ୍‌ ପଡିଆରେ ଅବତରଣ କରିବେ। ଆଇଡିଏଲ ଗେଷ୍ଟ ହାଉସରେ ସେ କିଛି ସମୟ ରହିବା ପରେ ରୋଡ ସୋ’ରେ ବାହାରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଉଭୟ ବିଧାୟକ ପ୍ରାର୍ଥୀ ସୁବ୍ରତଙ୍କ ସମର୍ଥକମାନେ ପୁଣି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe