ଢ଼ାବାରେ ଚଢଉ: ବିପୁଳ ମଦ ଜବତ, ଢ଼ାବା ମାଲିକ ଗିରଫ

Advertisment
ଢ଼ାବାରେ ଚଢଉ: ବିପୁଳ ମଦ ଜବତ, ଢ଼ାବା ମାଲିକ ଗିରଫ

ବଣାଇଁଗଡ଼: ବଣାଇ ଅବକାରୀ ବିଭାଗ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବରଘାଟ ଅଂଚଳରେ ଚଢଉ କରି ବିପୁଳ ପରିମାଣର ମଦ ଜବତ କରିଛି। ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବରେ ବରଘାଟ ଢାବାରେ ଚଢ଼ଉ କରି ୩୬ ଲିଟର ବିଅର ଓ ୨୫ ଲିଟର ମହୁଲି ମଦ ଜବତ କରିବା ସହ ଢ଼ାବା ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ଚଢ଼ଉରେ ଅବକାରୀ ଅଧିକାରୀ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ବରେ ଏସଆଇ ମାନୁଏଲ, ନିରଞ୍ଜନ ନାଏକ, ତନୁ କିଶୋର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe